fbpx

ଦିପାବଳୀ ପାଇଁ ଫ୍ଲାଇଟ୍ ବୁକିଂ ୮୫% ବୃଦ୍ଧି ପାଇଛି, ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: ପ୍ରତି ବର୍ଷ ଆଲୋକର ପର୍ବ ଦିପାବଳୀ ବହୁତ ଧୁମଧାମରେ ପାଳନ କରିଥାନ୍ତି ଦେଶବାସୀ । ଦିପାବଳୀର ପର୍ବ ପରିବାର ସହ ପାଳନ କରିବା ପାଇଁ ବ୍ୟକ୍ତି ଜଣଙ୍କ ଅନେକ ଦିନ ପୂର୍ବରୁ ଟ୍ରେନ୍‌, ବସ୍ ଓ ଫ୍ଲାଇଟ୍ ଟିକେଟ୍ ବୁକିଂ କରିଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦିନକୁ ଦିନ ଦିପାବଳୀ ପାଖାପାଖି ଫ୍ଲାଇଟ୍ ଟିକେଟ୍ ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି । ସେହିପରି ଟ୍ରେନ୍‌, ବସ ତୁଳନାରେ ଏୟାରଲାଇନ୍ସ ବୁକିଂ ଦ୍ୱିଗୁଣିତ ବୃଦ୍ଧି ପାଇଛି ।

ବିଜନେସ୍ ଷ୍ଟାଣ୍ଡାର୍ଡ଼ ‘ୱାର୍ଲ୍ଡ ଅନ୍ ହଲିଡେ’ରେ ଦେଇଥିବା ଏକ ରିପୋର୍ଟରୁ ପ୍ରକାଶ କି ଦିପାବଳୀ ସମୟରେ ଫ୍ଲାଇଟ୍ ଟିକେଟ୍ ବୁକିଂରେ ପ୍ରାୟ ୮୫% ବୃଦ୍ଧି ପାଇଛି । ସାଧାରଣତଃ ବ୍ୟକ୍ତି ଜଣଙ୍କ ୨୫ ଦିନ ପୂର୍ବରୁ ଟିକେଟ ବୁକିଂ କରିଥାଏ । ଗତ ବର୍ଷ ତୁଳନାରେ ଫ୍ଲାଇଟ୍ ଟିକେଟ୍ ବୁକି ୧୫% ବୃଦ୍ଧି ପାଇଛି । ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ରହିବ ବୋଲି ଅନୁମାନ କରାଯାଉଛି । କହିରଖୁଛୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଗୁଆହାଟି, ଜୟପୁର, ଚେନ୍ନାଇ, ଲକ୍ଷ୍ନୌ, ପୋର୍ଟ ବ୍ଲେୟାର ଏବଂ ପାଟନା ଭଳି ସ୍ଥାନରୁ ସର୍ବାଧିକ ଫ୍ଲାଇଟ୍ ବୁକିଂ କରାଯାଉଛି । ଗୁଆହାଟିରେ (୩୮୬%), ଜୟପୁରରେ(୩୦୬%) ଏବଂ ପାଟନାରେ(୨୭୧%) ଫ୍ଲାଇଟ୍ ଟିକେଟ୍ ବୁକିଂ ହୋଇଛି । ନିକଟରେ ଏକ ଟ୍ରାଭେଲ ୱେବସାଇଟ୍ ମଧ୍ୟ ଦିପାବଳୀ ଫ୍ଲାଇଟ୍ ଟିକେଟ୍ ବୁକିଂ ପାଇଁ ବିଶେଷ ଅଭିଯାନ ଆରମ୍ଭ କରବା ସହ ଚେତାବନୀ ଦେଇଥିଲା କି ଶୀଘ୍ର ଟିକେଟ୍ ମୂଲ୍ୟରେ ବୃଦ୍ଧି ହେବ ।

Get real time updates directly on you device, subscribe now.