fbpx

Health Tips: ପିରିୟଡ ସମୟରେ କପଡ଼ା ବ୍ୟବହାର କରୁଛନ୍ତି କି ? ବୃଦ୍ଧି ପାଇଥାଏ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର: ଭାରତରେ ସର୍ଭାଇକାଲ କର୍କଟ(Cervical Cancer) ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ସବୁଠାର ବଡ଼ କାରଣ ହେଉଛି ପିରିୟଡ ସମୟରେ ସ୍ୱଚ୍ଛତାର ଅଭାବ । ଆଜିର ଆଧୁନିକ ଯୁଗରେ ମଧ୍ୟ ଦେଶର ଅନେକ ସ୍ଥାନରେ ମହିଳାମାନେ ପିରିୟଡ୍ ସମୟରେ କପଡ଼ା ବ୍ୟବହାର କରିଥାନ୍ତି । ଏହା ସଂକ୍ରମଣର ଆଶଙ୍କାକୁ ଦ୍ୱିଗୁଣିତ କରିଥାଏ । ମାସିକ ଧର୍ମ ବିଷୟରେ ସଚେତନତା ସୃଷ୍ଟି କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ଭ୍ରାନ୍ତ ଧାରଣା ଠାରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ପ୍ରତି ବର୍ଷ ୨୮ ମେ’କୁ ‘International Menstrual Hygiene Day’ ଭାବରେ ପାଳନ କରାଯାଏ ।

ଏକ ସର୍ଭେରୁ ପ୍ରକାଶ କି ମାସିକ ଧର୍ମ ସମୟରେ ମହିଳା ସ୍ୱଚ୍ଛତାର ବିଶେଷ ଧ୍ୟାନ ନ ରଖିଲେ ହ୍ୟୁମାନ୍ ପେପିଲୋମା ଭାଇରସ୍‌(HPV) ବ୍ୟାକ୍ଟେରିଆର ଶିକାର ହେବାର ସମ୍ଭାବନା ରହିଛି । ଯେଉଁ ମହିଳାଙ୍କ ଠାରେ ପ୍ରି କ୍ୟାନସର ବା କ୍ୟାନସର ଚିହ୍ନଟ ହୋଇଛି ସେମାନଙ୍କ ମେନଷ୍ଟ୍ରୁଆଲ ହାଇଜିନ୍ ବହୁତ ଦୁର୍ବଳ ରହିଥିବା ଜଣାପଡ଼ିଛି । ପରବର୍ତ୍ତୀ ସମୟରେ ଏହି ସଂକ୍ରମଣ ଧୀରେ ଧୀରେ ଗମ୍ଭୀର ରୋଗ ଆଡ଼କୁ ମୁହାଁଇଥାଏ ।

ପିରିୟଡରେ ସାନିଟାରୀ ପ୍ୟାଡ୍ ଏବଂ କପଡ଼ା ବ୍ୟବହାର କରିବା ମଧ୍ୟରେ କେଉଁଟା ଅଧିକ କ୍ଷତିକାରକ ?

କପଡ଼ା: ଅଧିକାଂଶ ମହିଳା ମାସିକ ଧର୍ମ ସମୟରେ ସୂତା କପଡ଼ା ବ୍ୟବହାର କରିଥାନ୍ତି । କିଛି କପଡ଼ାକୁ ସଫା କରି ପୁନଃ ବ୍ୟବହାର ମଧ୍ୟ କରିଥାନ୍ତି । ଏପରି କରିବା vaginal health ପାଇଁ କ୍ଷତିକାରକ ଅଟେ । ଏହା ସର୍ଭାଇକାଲ କର୍କଟର ଆଶଙ୍କାକୁ ବୃଦ୍ଧି କରିଥାଏ ।

ସାନିଟେରୀ ନ୍ୟାପକିନ୍‌: ଆପଣ ପ୍ରତି ୪ରୁ ୬ ଘଣ୍ଟାରେ ପ୍ୟାଡ୍ ନ ବଦଳାଇଲେ UTI, ଯୋନିରେ ସଂକ୍ରମଣ, ରିପ୍ରଡକ୍ଟିଭ୍ ଟ୍ରାକ୍ ସଂକ୍ରମଣ ଭଳି ଗମ୍ଭୀର ସମସ୍ୟା ଦେଖାଦେଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଏବେବି ଅଧିକାଂଶ ମହିଳା ଲୋକ ଲଜ୍ଜ୍ୟା ଭୟରେ ମାସିକ ଧର୍ମ ସମୟରେ କପଡ଼ା ବ୍ୟବହାର କରିଥାନ୍ତି । ଅନେକ ସମୟରେ ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିଥାଏ । ତେଣୁ ମାସିକ ଧର୍ମ ବିଷୟରେ ସଚେତନତା ନିହାତି ଆବଶ୍ୟକ । ଏହା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଥିବା ବିପଦକୁ ଏଡ଼ାଇ ଦିଆଯାଇ ପାରିବା ।

Get real time updates directly on you device, subscribe now.