fbpx

ଡିପ୍ରେସନ ମଣିଷକୁ ଅନ୍ଧକାର ଭିତରକୁ ଠେଲିଦିଏ, ଜାଣନ୍ତୁ ଏହାର ଲକ୍ଷଣ

ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତ, ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ମୁତାବକ, ସୁଶାନ୍ତ ପ୍ରାୟ ୬ ମାସ ଧରି ଡିପ୍ରେସନରେ ଥିଲେ । ସୁଶାନ୍ତଙ୍କ ଏହି ପଦକ୍ଷେପ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଏମିତି କ’ଣ କାରଣ ଥିଲା ଯାହାକି ସୁଶାନ୍ତଙ୍କୁ ଡିପ୍ରେସନ ମଧ୍ୟକୁ ଠେଲିଦେଇଥିଲା? ତେବେ ଆସନ୍ତୁ ଜାଣିବା ଡିପ୍ରେସନ କ’ଣ ଓ ଏହାର ଲକ୍ଷଣ, ପ୍ରତିରୋଧର ପଦ୍ଧତି ..

ଡିପ୍ରେସନର ଲକ୍ଷଣ -:

– ସର୍ବଦା ଦୁଃଖରେ ରହିବା ।

– ଏକା ଏକା ବସିବାକୁ ମନ ହେବ

– ଆଲୋକରେ ଚିଡିଚିଡି ହେବା ଓ ଅନ୍ଧାରରେ ବସିବାକୁ ଭଲ ପାଇବା

– ଯେଉଁ କାମ କଲେ ତାଙ୍କୁ ଖୁସି ଲାଗେ, ତାହା କରିବା ପାଇଁ ଆଉ ଇଛା ନହେବା

– ମନ ଶାନ୍ତ ନରହି ସବୁବେଳେ ଅସ୍ଥିର ରହିବା

– ମୁଣ୍ଡ ବି କାମ କରିବା ବନ୍ଦ କରିଦିଏ ।

– ନିଜକୁ ମୂଲ୍ୟହୀନ ଭାବିବା ବା ଅନ୍ୟ ମାନଙ୍କ ତୁଳନାରେ ନିଜକୁ ହେୟ ମନେକରିବା ।

– କୌଣସି ବି ନିଷ୍ପତ୍ତି ନେବାରେ ଶହେ ଥର ଭାବୁଥିବା

– ବାରମ୍ବାର ଆତ୍ମହତ୍ୟା କରିବାର ଭାବନା ଆସିବା..

ଡିପ୍ରେସନକୁ ରୋକିବା ପାଇଁ ଉପାୟ -:

– ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଡିେପ୍ରେସନର ଶିକାର ହେବାର ଦେଖୁଛନ୍ତି, ତେବେ ତୁରନ୍ତ ତାହାର ସମାଧାନ କରିବା ଉଚିତ୍ । ଯଦି ଏପରି ନକରନ୍ତି, ତେବେ ସେହି ବ୍ୟକ୍ତି ଜୀବିତ ରହେ ସତ କିନ୍ତୁ ଦିନକୁ ଦିନ ସେ ଭିତରୁ ଶେେ ହେବାରେ ଲାଗିଥାଏ । ତେଣୁ, ଏହି ପଦକ୍ଷେପଗୁଡିକ ଗ୍ରହଣ କରିପାରିବେ..

– ତୁରନ୍ତ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।

– ଡିପ୍ରେସନରେ ପୀଡିତ ବ୍ୟକ୍ତିଙ୍କୁ କେବେବି ଏକୁଟିଆ ଛାଡନ୍ତୁ ନାହିଁ ।

-ପରିବାର ଏବଂ ସାଙ୍ଗମାନ ଆପଣଙ୍କୁ କେବେ ଏକୁଟିଆ ଅନୁଭବ କରାଇବେ ନାହିଁ ।

– ଚାରିପାଖରେ ଏକ ହସଖୁସିର ପରିବେଶ ସୃଷ୍ଟି କରନ୍ତୁ ।

– ପୀଡିତାଙ୍କୁ ସର୍ବଦା କୌଣସି ନା କୌଣସି କାମରେ ବ୍ୟସ୍ତ ରଖନ୍ତୁ ।

Get real time updates directly on you device, subscribe now.