fbpx

YSRCP ମୁଖ୍ୟ ଜଗନ ରେଡ୍ଡୀ ଲେଖିଲେ ପିଏମ ମୋଦୀଙ୍କୁ ଚିଠି, କରିଲେ ଏହି ଅନୁରୋଧ

ନୂଆଦିଲ୍ଲୀ: ତିରୁପତି ଲଡୁ ବିବାଦରେ YSRCP ମୁଖ୍ୟ ଜଗନ ମୋହନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ତିରୁମାଲା ତିରୁପତି ଦେବସ୍ଥାନମର ପବିତ୍ରତାକୁ ନଷ୍ଟ କରିବାକୁ ଚେଷ୍ଟା କରିବାର ଅଭିଯୋଗ ଲଗାଇଛନ୍ତି। କେବଳ ଏତିକି ନୁହେଁ ନାଇଡୁଙ୍କୁ ତାଗିଦ କରିବା ସହ ସତ୍ୟ ପ୍ରକାଶ କରିବାକୁ ଜଗନ୍ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଲେଖି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ରାଜ୍ୟରେ ଚାଲିଥିବା ଲଡୁ ମାମଲାରେ ଆପଣଙ୍କ ଦୃଷ୍ଟିପଡୁ। ଭଗବାନ ଭେଙ୍କଟେଶ୍ୱର କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ କୋଟି କୋଟି ହିନ୍ଦୁ ଭକ୍ତ ଅଛନ୍ତି ଏବଂ ଯଦି ଏପରି ପରିସ୍ଥିତିକୁ ସାବଧାନର ସହ ନିୟନ୍ତ୍ରଣ ନ କରାଗଲା ତେବେ କ୍ଷତି ହୋଇପାରେ।

ଜଗନ ଆହୁରି ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟିଟିଡିର କାର୍ଯ୍ୟପ୍ରଣାଳୀ ବିରୋଧରେ ମିଥ୍ୟା ପ୍ରଚାର କରିଛନ୍ତି। ସେ ଅଭିଯୋଗ ଲଗାଇଛନ୍ତି ଯେ, ତିରୁମାଲା ମନ୍ଦିରରେ ତିଆରି ହେଉଥିବା ପ୍ରସାଦରେ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି ମିଶିଛି। ଏହି ପ୍ରସାଦ କୋଟି କୋଟି ଦିନ୍ଦୁମାନଙ୍କ ମନରେ ଖାସ ସ୍ଥାନ ରଖିଥାଏ। ଏହା ବାସ୍ତବରେ ରାଜନୈତିକ ଉଦ୍ଦେଶ୍ୟରେ ପ୍ରସାରିତ କରାଯାଉଛି। ଏହି ମିଥ୍ୟାପ୍ରଚାର ସାରା ଦୁନିଆର ହିନ୍ଦୁ ଭକ୍ତଙ୍କ ଭାବନାକୁ ଆଗାତ ପହଞ୍ଚାଇବ।

Get real time updates directly on you device, subscribe now.