fbpx

(video) ଆପଣଙ୍କୁ ମିଳିନି କି ସୁଭଦ୍ରା ଟଙ୍କା? ଜାଣନ୍ତୁ କଣ କଲେ ଯୋଜନାରେ ହେବେ ସାମିଲ

ଭୁବନେଶ୍ୱର: ଏବେ ସବୁଠି ସୁଭଦ୍ରା ଟଙ୍କାକୁ ନେଇ ଚର୍ଚ୍ଚା । ସୁଭଦ୍ରା ଟଙ୍କା ପାଇଥିବା ମହିଳାଙ୍କ ଖୁସି କହିଲେ ନ ସରେ । ସେପଟେ ଯୋଜନାରୁ ବାଦ ପଡିଥିବା ମହିଳା ଭିତରେ ଭିତରେ ରାମ୍ପି ବିଦାରି ହେଉଛନ୍ତି । ଟଙ୍କା ପାଇବା ପାଇଁ ଯିଏ ଯାହାକହୁଛି କରିବାକୁ ତିଳେ ମାତ୍ର ଭାବୁ ନାହାନ୍ତି । ଭୁଲ ସଂଶୋଧନ କରି ପୁଣି ଥରେ ନୂଆ ପଞ୍ଜିକରଣ କଲେ ଟଙ୍କା ମିଳିବ ଯିବକି । ଏମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରୁଛି ।

ଏମିତି ସମୟରେ ଯେଉଁମାନେ ରେଜିଷ୍ଟେସନ କରି ମଧ୍ୟ ଟଙ୍କା ପାଇନାହାନ୍ତି, ସେମାନଙ୍କ ପାଇଁ ଖୁସି ଖବର । ସେମାନଙ୍କ ଆପ୍ଲିକେସନ ସରକାରଙ୍କ ପାଖରେ ବିଚାରଧିନ ଅଛି । ତେଣୁ ଦ୍ୱିତୀୟ ଥର ପଞ୍ଜିକରଣ କଲେ କୌଣସି ଫାଇଦା ମିଳିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଯେଉଁମାନେ ଏଯାଏଁ ବି ଆବେଦନ କରି ନାହାଁନ୍ତି , ସେମାନେ ନୂଆ କରି ପଞ୍ଜିକରଣ କରି ପାରିବେ । ଏଣିକି ଓଟିପି ନୁହେଁ ବାୟାମେଟ୍ରେିକ ସାହଯ୍ୟରେ ଆପଣ ନିଜର ସୁଭଦ୍ରା ଫର୍ମ ପଞ୍ଜିକରଣ କରି ପାରିବେ । ଆଉ ପଞ୍ଜିକରଣ କରିବା ସମୟରେ ଏହି କଥା ଉପରେ ବିଶେଷ ଧ୍ୟାନ ଦେବେ କି, ଆଧାର କାର୍ଡ ସହ ଲିଙ୍କ ଥିବା ବ୍ୟାଙ୍କର ନାଁ ଦେବେ । ଏମିତି ନ କଲେ ହେବାକୁ ପଡିବ ନିରାଶ ।

Get real time updates directly on you device, subscribe now.