fbpx

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ଟାଇଟଲ୍ ଜିତିଲେ ରିୟା ସିଙ୍ଘା: ଉର୍ବଶୀ ପିନ୍ଧାଇଲେ ମୁକୁଟ, ଦେଖନ୍ତୁ Video

ଜୟପୁର: ରିୟା ସିଙ୍ଘା ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ ପିନ୍ଧିଛନ୍ତି । ରାଜସ୍ଥାନର ରାଜଧାନୀ ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିବା ପରେ ସୁନ୍ଦରୀ ରିୟା ସିଙ୍ଘା କହିଛନ୍ତି, ‘ଆଜି ଟାଇଟଲ୍ ଜିତିବା ପରେ ମୁଁ ବହୁତ କୃତଜ୍ଞ ।’

ଏହି ସ୍ତରରେ ପହଞ୍ଚିବା ପାଇଁ ମୁଁ ବହୁତ କଠିନ ପରିଶ୍ରମ କରିଛି । ଏହି ସ୍ତରରେ ପହଞ୍ଚିବା ପରେ, ମୁଁ ନିଜକୁ ଏହି ମୁକୁଟ ପାଇଁ ଯୋଗ୍ୟ ବିବେଚନା କରିପାରିବି । ସେ କହିଛନ୍ତି ଯେ ପୂର୍ବ ବିଜେତାମାନେ ତାଙ୍କୁ ବହୁତ ଅନୁପ୍ରାଣିତ କରିଛନ୍ତି ।

ଉର୍ବଶୀ ରୌତେଲା ରିୟାଙ୍କୁ ବିଜେତା ମୁକୁଟ ପିନ୍ଧାଇଥିଲେ । ବିଜେତା ଘୋଷିତ ହେବା ପରେ ଉର୍ବଶୀ କହିଛନ୍ତି, “ମୁଁ ଅନୁଭବ କରୁଛି ଯେ ସମସ୍ତ ଯୁବତୀ କ’ଣ ଅନୁଭବ କରୁଛନ୍ତି । ବିଜେତା ବହୁତ ସାନଦାର୍ ।’

ଉର୍ବଶୀ ଆହୁରି କହିଛନ୍ତି ଯେ, ସେ ମିସ୍ ୟୁନିଭର୍ସର ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଆମ ଦେଶକୁ ବହୁତ ଭଲ ପ୍ରତିନିଧିତ୍ୱ କରିବେ ।

ସେ କହିଛନ୍ତି, “ମୋର ସମ୍ପୂର୍ଣ୍ଣ ଆଶା ଅଛି ଯେ ଭାରତ ଚଳିତ ବର୍ଷ ମିସ୍ ୟୁନିଭର୍ସ ମୁକୁଟ ପାଇବ । ସମସ୍ତ ଝିଅ ବହୁତ ପରିଶ୍ରମୀ, ଉତ୍ସର୍ଗୀକୃତ ଏବଂ ବହୁତ ସୁନ୍ଦର ।’

ପ୍ରାନଜଲ ପ୍ରିୟା (୩୪) ପ୍ରଥମ ରନର୍ ଅପ୍ ଘୋଷିତ ହୋଇଥିବାବେଳେ ଛବି ଭର୍ଗ ( ୧୬) ଦ୍ୱିତୀୟ ରନର୍ ଅପ୍ ଘୋଷିତ ହୋଇଥିଲେ ।

Get real time updates directly on you device, subscribe now.