fbpx

ପିଏମ ମୋଦୀ ଭାରତକୁ ଫେରାଇ ଆଣିବେ ଦେଶର ‘ଅମୂଲ୍ୟ ରତ୍ନ’, ଯାହା ଶହେ ବର୍ଷ ତଳେ ହୋଇଥିଲା ଚୋରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅନେକ ସଫଳତା ହାସଲ କରୁଥିବା ଦେଖିବାକୁ ମିଳୁଛି। ଗୋଟିଏ ପଟେ ସେ ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ, ଦ୍ୱିତୀୟତଃ ସେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ଏବଂ ତୃତୀୟତଃ ସେ ଆମେରିକାରୁ ଏପରି ଜିନିଷ ଆଣିବାକୁ ଯାଉଛନ୍ତି, ଯେଉଁଥିରେ ଦେଶର ନାମ ବଢିବ।

ଆମେରିକା ଭାରତୀୟ ସଂସ୍କୃତି ସହ ଜଡିତ ୨୯୭ଏପରି ବିରଳ ବସ୍ତୁମାନ ଫେରାଇ ଦେଇଛି, ଯାହା ଭିନ୍ନ-ଭିନ୍ନ ସମୟରେ ଚୋରି ଏବଂ ଚୋରା ଚାଲାଣ ମାଧ୍ୟମରେ ଦେଶ ବାହାରକୁ ଚାଲିଯାଇଥିଲା। ପିଏମ ମୋଦୀ ଆମେରିକାର ରାଷ୍ଟ୍ରପତିଙ୍କ ପକ୍ଷରୁ କରାଯାଇଥିବା ଏହି ପଦକ୍ଷେପ ପାଇଁ ତାଙ୍କର ପ୍ରଶଂସା କରିଛନ୍ତି। ୨୦୧୪ ପରେ ଭାରତ ପୃଥିବୀର ଭିନ୍ନ-ଭିନ୍ନ ଦେଶରୁ ୬୪୦ ଟି ଐତିହ୍ୟ ସାମଗ୍ରୀ ଫେରାଇ ଆଣିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଧନ୍ୟବାଦ ଜଣାଇ ପୋଷ୍ଟ କରିଛନ୍ତି, ‘ସାଂସ୍କୃତିକ ଯୋଗଦାନ ଗଭୀର ହୁଏ ଏବଂ ସାଂସ୍କୃତିକ ସଂପତ୍ତିର ବେଆଇନ କାରବାର ବିରୋଧରେ ଲଢେଇ ଅଧିକ ଶକ୍ତିଶାଳୀ ହୁଏ। ମୁଁ ଭାରତକୁ ୨୯୭ଟି ଅମୂଲ୍ୟ ବସ୍ତୁ ଫେରାଇ ଆଣିବା ଲାଗି ରାଷ୍ଟ୍ରପତି ବାଇଡେନ ଏବଂ ଆମେରିକା ସରକାରଙ୍କୁ କୃତଜ୍ଞତା ଜଣାଉଛି।’

Get real time updates directly on you device, subscribe now.