fbpx

୨୧ ତାରିଖରେ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳି ପ୍ରସଙ୍ଗ; ପୋଲିସ କମିଶନର ଅଫିସ ପକ୍ଷରୁ ତନାଘନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୧ ତାରିଖରେ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳି ପ୍ରସଙ୍ଗ । ପୋଲିସ ମେଳିକୁ ନେଇ ତନାଘନା କରୁଛି ପୋଲିସ କମିଶନର ଅଫିସ । ସେଦିନ ସେହି ମେଳିରେ କେଉଁମାନେ ଥିଲେ, ସେ ସମୟରେ ଥାନାରେ କେହି ଥିଲେ କି ନାହିଁ ସେସବୁକୁ ନେଇ ଚାଲିଛି ତନାଘନା । ଏଥିପାଇଁ ପ୍ରତି ଥାନା ଆଇଆଇସିଙ୍କୁ ଚିଠି କଲେ ରିଜର୍ଭ ଇନ୍ସପେକ୍ଟର ।

ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ତାଲିକା ମାଗିଲେ ଆର୍‌ଆଇ । ସେପ୍ଟେମ୍ୱର ୨୧ ତାରିଖ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଡ୍ୟୁଟିରେ ଥିବା ସବୁ କର୍ମଚାରୀଙ୍କ ତାଲିକା ମାଗିଛନ୍ତି ଆର୍‌ଆଇ । ଡିସିଓ, ଇମର୍ଜେନ୍ସି ଓ ସେଣ୍ଟ୍ରିମାନଙ୍କ ତାଲିକା ଦେବାକୁ କହିଲେ ଆର୍‌ଆଇ । ରାଜ୍ୟରେ ଚର୍ଚ୍ଚିତ ଖବର ପାଲଟିଥିବା ପୋଲିସ-ଆର୍ମି କଳି ଏବେ ସାଙ୍ଘତିକ ହେଲାଣି ।

ସାରାଦେଶରେ ଭରତପୁର ଥାନା ବିବାଦ ଚର୍ଚ୍ଚା ହେଉ ଥିବା ସବ ବିଭିନ୍ନ ରାଜନୈତିକ ରଙ୍ଗ ଲାଗୁଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ କଥାଟା ବିଗିଡ଼ି ବିଗିଡ଼ି ଯାଉଛି । ଯାହାକୁ ପ୍ରତିବାଦ କରି ୨୧ ତାରିଖରେ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ମେଳି ହୋଇଥିଲା । ଯାହା ରାଜ୍ୟ ପାଇଁ ଏକ ବିପଦପୂର୍ଣ୍ଣ ସମୟ ଥିଲା ।

ଟିକେ ଭାବିଲେ ଯଦି ସେହି ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ଯେପରିକି ବଡ଼ ଧରଣର ଆତଙ୍କୀ ହାମ୍ଲା କିମ୍ୱା କିଛି ଅପରାଧିକ ଘଟଣା ତେବେ ସେଥିପାଇଁ କିଏ ଦାୟୀ ରହିଥାନ୍ତି । ଏପରି ହାତ ଟେକି ଦେଇ ଡ୍ୟୁଟି ଛାଡ଼ି ପ୍ରତିଦାଦ କରିବା କେତେ ଦୂର ଜଣେ ଆଇନ ରକ୍ଷକ ପାଇଁ ଠିକ୍ ତାହାହିଁ ପ୍ରଶ୍ନବାଚୀ । ଯାହାକୁ ନେଇ ଏହେ ଖୋଦ ରିଜର୍ଭ ଇନ୍ସପେକ୍ଟର ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.