fbpx

କୋଇଲା ନେଇ ଯାଉଥିଲା ମାଲବାହୀ ଟ୍ରେନ,ଷ୍ଟେସନ ଛାଡିବା ପରେ ପରେ ହେଲା ଏମିତି କିଛି…

ବୋକାରୋ: ଝାରଖଣ୍ଡର ବୋକାରୋରେ ଏକ ବଡଧରଣର ଟ୍ରେନ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ବୋକାରୋ ଷ୍ଟିଲ ପ୍ଲାଣ୍ଟରୁ କୋଇଲା ନେଇ ଯାଉଥିବା ମାଲଗାଡି ତୁପକାଡିହ ରେଳଷ୍ଟେନ ନିକଟରେ ବୁଧବାର ବିଳମ୍ବିତ ରାତିରେ ଲାଇନଚ୍ୟୁତ ହୋଇଯାଇଛି । ଫଳରେ ଏହି ରୁଟରେ ଅପ ଓ ଡାଉନ ଲାଇନରେ ରେଳ ଚଳାଚଳ ବନ୍ଦ ହୋଇଯାଇଛି ।

ଏହି ଦୁର୍ଘଟଣା ଟିକେବି ଓ ଆରଜେବି ସ୍କ୍ନ ମଧ୍ୟରେ ହୋଇଛି । ଦୁର୍ଘଟଣା ପରେ ମାଲବାହୀ ଟ୍ରେନଟି ଦୁଇ ଖଣ୍ଡ ହୋଇଯାଇଛି । ଏଥିରେ ତାର ଓ ମାସ୍କ ସମେତ ଟ୍ରାକ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି କି, ଏହି ଘଟଣା ତୁପକାଡିହ ରାଜାବେଡା ସେକ୍ସନ କିଲୋମିଟର ସଂଖ୍ୟା ୪୧୨/୩୦ ୩୦ ପରେ ହୋଇଛି ।

ବୋକାରୋରେ ତପକାଡିହଷ୍ଟେସନ ନିକଟରେ ମାଲଗାଡି ଡିରେଲ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୨ରୁ ଅଧିକ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି । ଦୁର୍ଘଟଣାକୁ ନେଇ ଏଆରଏମ ବିନିତ କୁମାର କହିଛନ୍ତି କି, ଘଣ୍ଟାଏ ଭିତରେ ଗୋଟିଏ ଲାଇନକୁ ସମ୍ପୂର୍ଣ୍ଣ ରୂପେ ଠିକ କରି ଟ୍ରେନ ଚଳାଚଳକୁ ସ୍ୱାଭାବିକ କରାଯିବ । ଦୁର୍ଘଟଣା ପରେ ବାରାଣସି ଓ ରାଞ୍ଚି ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ଚନ୍ଦ୍ରପୁରଷ୍ଟେସନରେ ଅଟକାଇ ଦିଆଯାଇଛି ।

ଘଟଣା ପରେ ଆଦ୍ରା ଡିଭିଜନର ରେଳଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମକୁ ତ୍ୱରାନ୍ୱିତ କରିଦେଇଛନ୍ତି । ଦକ୍ଷିଣ ପୂର୍ବ ରେଳ ଡିଭିଜନର ପ୍ରବନ୍ଧକ ବୋକାରୋ ବିନିତ କୁମାର କହିଛନ୍ତି କି, ବୋକାରୋ ଷ୍ଟେସନରୁ ବଲ୍ଲଭଗଡ ଷ୍ଟିଲ ଲୋଡ କରି ତୁପକାଡିହ ଷ୍ଟେସନ ନିକଟରେ ଠିଆହୋଇଥିଲା । ସିଗ୍ନାଲ ସିଗନାଲ ପଏଣ୍ଟ ଉଠିବ ବେଳକୁ ଅଧା ଗାଡି ବାହାରି ଯାଇଥିଲା । ବାକି ୯ଟି ଡବା ପଛରେ ରହିଯାଇଥିଲା । ଯେଉଁଥିରୁ ଦୁଇଟି ଡବା ଧାରଣା ତଳକୁ ଖସିଯାଇଥିଲେ ।

Get real time updates directly on you device, subscribe now.