fbpx

ଆଗାମୀ ଅକ୍ଟୋବର ମାସରୁ ଦିଆଯିବ ଗହମ: କେତେ ପ୍ରତିଶତ ଗହମ ପାଇବେ ହିତାଧିକାରୀ

ଭୁବନେଶ୍ୱର: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରୁ ରାଜ୍ୟର ସମସ୍ତ ହିତାଧିକାରୀମାନଙ୍କୁ ଗହମ ପ୍ରଦାନ କରାଯିବ । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାହ ଯୋଶୀଙ୍କ ସହ ଆଲୋଚନା ଳପରେ ଏହି ନିଷ୍ପତ୍ତି ନିଆଯାଇଛି । ଅକ୍ଟୋବର ମାସରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ଗହମ ପୁଣିଥରେ ଦିଆଯିବ । ପୂର୍ବ ସରକାର ଏହି ଗହମ ଦେବା ବନ୍ଦ କରି ଦେଇଥିଲେ । କିନ୍ତୁ ଓଡ଼ିଶାରେ ବିଜେପି ସରକାର ପୁଣିଥରେ ଗହମ ଯୋଗାଇ ଦେବେ ବୋଲି କହିଛନ୍ତି । ହିତାଧିକାରୀଙ୍କୁ ୨୦% ଲେଖାଏଁ ଗହମ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାସନ୍ କାର୍ଡରେ ମିଳୁଥିବା ରାସନ୍ ସାମଗ୍ରୀର ୨୦% ହିତାଧିିକାରୀଙ୍କୁ ଗହମ ଦିଆ ଯାଇପାରିବ ।

Get real time updates directly on you device, subscribe now.