fbpx

ମାଟ୍ରିକ ପରୀକ୍ଷାର୍ଥୀ ସାବଧାନ୍! Cheating କରିବା ପଡ଼ିବ ମହଙ୍ଗା, ଏଥର ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଗକୁ ଆସୁଛି ମାଟ୍ରିକ ଏବଂ +୨ ପିଲାଙ୍କ ବୋର୍ଡ ପରୀକ୍ଷା । ଏହାପୂର୍ବରୁ ପରୀକ୍ଷା ଢାଞ୍ଚାକୁ ନେଇ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ପରୀକ୍ଷାରେ ଚିଟିଙ୍ଗ କରୁଥିବା ପିଲାମାନଙ୍କୁ ସାବାଡ଼ କରିବା ପାଇଁ ନିଆଯିବ କଡ଼ା ପଦକ୍ଷେପ । ଏଥିପାଇଁ ବୋର୍ଡ ତରଫରୁ ଆଦେଶ ମଧ୍ୟ ଜାରି ହୋଇଛି । ଏହି ନୂଆ ଆଦେଶ ଅନୁସାରେ, ଏଣିକି ପରୀକ୍ଷାରେ କପି କରିବା ବା ଚିଟିଙ୍ଗ କରୁଥିବା ପିଲାଙ୍କ ବିରୋଧରେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ମାଟ୍ରିକ ଏବଂ +୨ ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଆସନ୍ତା ୨୦୨୫ ବୋର୍ଡ ପରୀକ୍ଷାରେ ସିସିଟିଭି ବ୍ୟବସ୍ଥା ଲାଗୁ କରାଯିବ ବୋଲି ମେରଠ ସିବିଏସଇ ବୋର୍ଡ ତରଫରୁ ନୋଟିଫିକେସନ୍ ଜାରି ହୋଇଛି । ଏଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକର ସମସ୍ତ ଶ୍ରେଣୀରେ ସିସିଟିଭି କ୍ୟାମେରା ଲଗାଇବାକୁ ପଡ଼ିବ । ତେବେ ସିସିଟିଭି କ୍ୟାମେରା ବ୍ୟବସ୍ଥା ଥିବା ସ୍କୁଲମାନଙ୍କୁ ହିଁ ପରୀକ୍ଷା କେନ୍ଦ୍ର ଭାବରେ ଦାୟିତ୍ୱ ଦିଆଯିବ ବୋଲି ସ୍ପଷ୍ଟ କରିଛି ସିବିଏସଇ । ପରୀକ୍ଷାକେନ୍ଦ୍ରର ପରୀକ୍ଷା କକ୍ଷ ବ୍ୟତୀତ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲର ପ୍ରବେଶରୁ ଆରମ୍ଭ କରି ସିଡ଼ି ସମେତ ଅନ୍ୟ ସମସ୍ତ ସ୍ଥାନରେ ସିସିଟିଭି ବ୍ୟବସ୍ଥା ଲାଗୁ କରାଯିବ । ଏହାଦ୍ୱାରା ସମସ୍ତ ପରୀକ୍ଷାର୍ଥୀ ପ୍ରତ୍ୟେକ ମୁହୂର୍ତ୍ତରେ କ୍ୟାମେରା ନଜରରେ ରହିପାରିବ ।

ବୋର୍ଡ ପରୀକ୍ଷାର ଫଳାଫଳ ବାହାରିବା ପରେ ୨ ମାସ ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରର ସିସିଟିଭି ଭିଡିଓକୁ ସୁରକ୍ଷିତ ଭାବରେ ରଖାଯିବ । ଆବଶ୍ୟକ ସ୍ଥଳରେ ଏହି ଭିଡିଓକୁ ଦେଖାଯିବ ବୋଲି ସିବିଏସଇ କଡ଼ା ନିର୍ଦ୍ଦେଶ ଦେଇଛି । ଅଧିକାଂଶ ସିବିଏସଇ ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯାଇଛି । କିନ୍ତୁ ପରୀକ୍ଷା ହଲରେ କ୍ୟାମେରା ଲଗା ଯାଇନଥିଲା । ବର୍ତ୍ତମାନ ପରୀକ୍ଷା କେନ୍ଦ୍ରଗୁନିକରେ ମଧ୍ୟ ଭଲ କ୍ୱାଲିଟିର ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ମେରଠରେ ପ୍ରତିବର୍ଷ ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ୩୦-୩୫ ପରୀକ୍ଷା କେନ୍ଦ୍ର ହୋଇଥାଏ । ଏଣିକି ଏହିସବୁ ବିଦ୍ୟାଳୟରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ ।

Get real time updates directly on you device, subscribe now.