fbpx

(Video)ସାବଧାନ ଅପରାଧୀ ! ଖସିବା ପାଇଁ ଆଉ ମିଳିବନି ମୌକା, ଭୁବନେଶ୍ବର DCP ଭାବେ ଦାୟିତ୍ବ ନେଲେ…

ଭୁବନେଶ୍ବର: ଭୁବନେଶ୍ବରକୁ ମିଳିଲା ନୂଆ ଡିସିପି । ପିନାକ ମିଶ୍ର ଆଜି ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ନେଇଛନ୍ତି । କହିରଖୁଛୁ କି, ପୂର୍ବରୁ ଭୁବନେଶ୍ବର ଡିସିପି ଥିଲେ ପ୍ରତୀକ ସିଂ । ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିବା ପରେ ପିନାକ ମିଶ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ପୋଲିସ ସେବା ଭବନରେ ସେ ଦାୟିତ୍ବ ଗ୍ରହଣ କରିଥିଲେ । କମିଶନର ତାଙ୍କୁ କମିଶନରେଟ ପୋଲିସର ବ୍ୟାଚ ପିନ୍ଧାଇ ସ୍ବାଗତ କରିଛନ୍ତି ।

ଖବର ଅନୁସାରେ, ଗତ କିଛି ଦିନ ପୂର୍ବରୁ 25ଜଣ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଥିଲା ।  ତେବେ ସେହି ସମୟରେ ଭୁବନେଶ୍ବର ଡିସିପି ଭାବେ ପ୍ରତୀକ ସିଂ ଦାୟିତ୍ବ ନେଉଥିବା ବେଳେ ତାଙ୍କୁ ମଧ୍ୟ ବଦଳି କରାଯାଇଥିଲା । ତାଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ଦାୟିତ୍ବ ଦିଆଯାଇଥିବା ବେଳେ ପିନାକ ମିଶ୍ରଙ୍କୁ ପ୍ରତୀକ ସିଂଙ୍କ ସ୍ଥାନ ଦିଆଯାଇଛି । ଏହି କ୍ରମରେ ଭୁବନେଶ୍ବର ଡିସିପି ଭାବେ ଆଜି ଦାୟିତ୍ବ ନେଇଛନ୍ତି ପିନାକ ମିଶ୍ର । ଯଦି ପିନାକ ମିଶ୍ରଙ୍କ କ୍ୟାରିୟର କଥା ଦେଖିବା ତାହେଲେ ସେ ବ୍ରହ୍ମପୁରର ଦାୟିତ୍ବରେ ଥିବା ବେଳେ ଅନେକ ଅପରାଧିଙ୍କୁ ଏନକାଉଣ୍ଟର କରିଛନ୍ତି । କଟକ ଡିସିପି ଭାବେ ମଧ୍ୟ ସେ ଅନେକ ସଫଳତା ହାତେଇଛନ୍ତି ।

Get real time updates directly on you device, subscribe now.