fbpx

ଆଗାମୀ 3 ଘଣ୍ଟା ପାଇଁ ସତର୍କବାଣୀ: ମାରିବ ବିଜୁଳି ନାଦିବ ବର୍ଷା, 4 ଜିଲ୍ଲାକୁ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: କିଛି ଦିନର ବିରତି ପରେ ପୁଣି ହେବ ବର୍ଷା । ନବାରାତ୍ରୀରେ ଭିଜିବ ଧରିତ୍ରୀ ।  ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଜୁଳି ଘଡଘଡି ସହିତ ବର୍ଷା ନେଇ 4 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ 3 ଘଣ୍ଚା ପାଇଁ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ଏହି 4 ଜିଲ୍ଲା ସହିତ ଢେଙ୍କାନାଳ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଂଜ ଓ କେନ୍ଦୁଝରରେ ହାଲୁକରୁ ମଧ୍ୟମଧରଣର ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଗରମ ଗୁଳିଗୁଳିରେ ରାଜ୍ୟବାସୀ ଅତିଷ୍ଠ ହେଉଥିବା ବେଳେ କିଛି ମାତ୍ରାରେ ଆଶ୍ବସ୍ତି ମିଳିବା ନେଇ ଆଶା କରାଯାଉଛି । ଅନ୍ୟପଟେ ନବରାତ୍ରୀକୁ ସମୟରେ ବର୍ଷା ଓ୍ବାର୍ଣ୍ଣିଂକୁ ନେଇ ଚିନ୍ତାରେ ରହିଛନ୍ତି ପୂଜା କମିଟି ।

Get real time updates directly on you device, subscribe now.