fbpx

ଶିକ୍ଷକଙ୍କ ପାଇଁ ଖୁସି ଖବର; ସ୍ବାମୀ-ସ୍ତ୍ରୀ ଗୋଟିଏ ଜିଲ୍ଲାରେ କରିପାରିବେ ଚାକିରି, କିନ୍ତୁ ରହିଛି ଏହି ସର୍ତ୍ତ..

ଭୁବନେଶ୍ବର: ଏକଥରକେ 660 ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି । ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିନରେ ରହିଥିବା ପ୍ରାଥମିକ ସ୍କୁଲର 660ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି । ବଦଳି ପାଇଁ ସେମାନେ ଆବେଦନ କରିଥିବା ବେଳେ ଦଶହରା ଭେଚି ଦେଇଛନ୍ତି ରାଜ୍ୟ ସରକାର । ଏହି ଶିକ୍ଷକମାନେ ନିଜର ପତି କିମ୍ବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ ଆବେଦନ କରିଥିଲେ । କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି । ଏହି ଶିକ୍ଷକମାନେ ଯେଉଁ ଜିଲ୍ଲାକୁ ବଦଳି ହୋଇଛନ୍ତି ସେଠାରେ କାର୍ଯ୍ୟ ଯୋଗ ଦେବା ପରେ ସମ୍ପୃକ୍ତ ଜିଲ୍ଲାରେ ନିଜ କ୍ୟାଡରରେ ସବୁଠୁ କନିଷ୍ଠ ଭାବେ କାର୍ଯ୍ୟ କରିବେ ।

ସେମାନେ ଅନ୍ୟ ଜିଲ୍ଲାକୁ ଯିବା ପରେ ନିଜର ବରିଷ୍ଠତା ହରାଇବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୋଟ 660 ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି । କନିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ(ସ୍କିମେଟିକ) ନିଜର ଚାକିରି କାଳ ମଧ୍ୟରେ ଥରେ ‘ଦମ୍ପତି ଟ୍ରାନ୍ସଫର’ ପାଇଁ ଯୋଗ୍ୟ ହେବେ । ଯଦି କୌଣସି କନିଷ୍ଠ ଶିକ୍ଷକ(ସ୍କିମେଟିକ)ଙ୍କ ବଦଳି ହୋଇଥିବ ତା’ହେଲେ ସେ ପ୍ରାଥମିକ ସ୍କୁଲର ଶିକ୍ଷକ ଭାବେ ଲେଭଲ-୫ କ୍ୟାଡ଼ରରେ ନିୟମିତ ଶିକ୍ଷକ ହେବାପରେ ସେହି ବଦଳି ସଂକ୍ରାନ୍ତ ତଥ୍ୟ ତାଙ୍କ ସର୍ଭିସ ବୁକରେ ଉଲ୍ଲେଖ ରହିବ । କିନ୍ତୁ ଏଥିପାଇଁ ଟିଏ ଡିଏ ମିଳିବ ନାହିଁ । କୌଣସି ପରିସ୍ଥିତିରେ ଦୀର୍ଘକାଳୀନ ଛୁଟି ନେଇପାରିବେ ନାହିଁ ।

Get real time updates directly on you device, subscribe now.