fbpx

ସ୍ମାର୍ଟଫୋନରେ ୩ଟି କ୍ୟାମେରା ରହିବାର ଅର୍ଥ କ’ଣ? ଜାଣନ୍ତୁ ଏହା ପଛରେ ଥିବା କାରଣ

ନୂଆଦିଲ୍ଲୀ: ଆଜିକାଲି ବଜାରରେ ମିଳୁଥିବା ସ୍ମାର୍ଟଫୋନରେ ଗୋଟିଏରୁ ଅଧିକ କ୍ୟାମେରା ରହିବା ସାଧାରଣ କଥା ହୋଇଯାଇଛି। ଖାସକରି ତିନୋଟି କ୍ୟାମେରା ଫୋନ ଅଧିକ ଲୋକପ୍ରିୟ। ଏହି ଫୋନଗୁଡିକ ଭଲ ଫଟୋଗ୍ରାଫି ଏବଂ ଭିଡିଓ ତିଆରି କରିବା ପାଇଁ ଜଣାଶୁଣା। ଅଧିକ ସ୍ମାର୍ଟଫୋନ କମ୍ପାନୀ ଟ୍ରିପଲ କ୍ୟାମେରାର ଫୋନ ଲଞ୍ଚ କରୁଛନ୍ତି। ହେଲେ ଆପଣ ଜାଣିଛନ୍ତି କି ଏହି ତିନୋଟି କ୍ୟାମେରାର କାର୍ଯ୍ୟ କଣ? ଆସନ୍ତୁ ଜାଣିବା ଏହି ବିଷୟରେ..

ପ୍ରତି କ୍ୟାମେରା ନିଜ ନିଜର ଖାସ କାର୍ଯ୍ୟ କରିଥାଆନ୍ତି। ଗୋଟିଏ କ୍ୟାମେରା ସାମାନ୍ୟ ଫଟୋ ଉଠାଉଥିବା ବେଳେ ଅନ୍ୟ କ୍ୟାମେରା ଜୁମ କରି ଫଟୋ ନେବା ପାଇଁ ରହିଥାଏ, ଏବଂ ତୃତୀୟ କ୍ୟାମେରା ଚଉଡା ରେଞ୍ଜରେ ଫଟୋ ନେବା ପାଇଁ ରହିଥାଏ।

ତିନୋଟି କ୍ୟାମେରା ସାହାଯ୍ୟରେ ଆପଣ ଭିନ୍ନ ଭିନ୍ନ ସ୍ଥିତିରେ ଭଲ ଫଟୋ ଉଠାଇପାରିବେ। ଯେପରି, ଯଦି ଆପଣ କୋଠା ବା ବଡ଼ ଗ୍ରୁପର ଫଟୋ ଉଠାଇବାକୁ ଚାହୁଁଛନ୍ତି ତେବେ ୱାଇଡ ଆଙ୍ଗେଲ କ୍ୟାମେରାର ବ୍ୟବହାର କରିପାରିବେ। ଯଦି ଆପଣ କିଛି ଦୂରର ଜିନିଷକୁ ଜୁମ କରି ଫଟୋ କ୍ଲିକ କରିବାକୁ ଚାହୁଁଛନ୍ତି ତେବେ ଆପଣ ଜୁମ କରି ଫଟୋ କ୍ଲିକ କରିବାକୁ ଚାହିଁବେ ତେବେ ଆପଣ ଜୁମ କ୍ୟାମେରା ବ୍ୟବହାର କରିପାରିବେ। ସେହିପରି ପ୍ରାଇମେରୀ କ୍ୟାମେରାର ବ୍ୟବହାର କରି ଆପଣଙ୍କ ଫଟୋ କ୍ଲିକ କରିପାରିବେ।

ତିନି କ୍ୟାମେରା ବିସିଷ୍ଟ ଭଲ ଫଟୋ ସହ ଭଲ ଭିଡିଓ ମଧ୍ୟ କରିବାରେ ଏହା ସାହାଯ୍ୟ କରିଥାଏ। ଆପଣ ଜୁମ କରି ଭିଡିଓ କରିପାରିବେ ବା ୱାଇଡ ଆଙ୍ଗେଲ ଏବଂ ପ୍ରାଇମେରୀ କ୍ୟାମେରାର ବ୍ୟବହାର କରି ଭିଡିଓ ରେକର୍ଡ କରିପାରିବେ।

Get real time updates directly on you device, subscribe now.