fbpx

ଦୁର୍ଗାପୂଜା: ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ଟ୍ୱିନ୍ ସିଟିରେ ଟ୍ରାଫିକ କଟକଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷର ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି । ଅକ୍ଟୋବର ୯ରୁ ୧୩ ପର୍ଯ୍ୟନ୍ତ ଦ୍ୱୈତ ନଗରୀରେ ଟ୍ରାଫିକ କଟକଣା ରହିବ । କଟକରରେ ଅପରାହ୍ଣ ୪ଟାରୁ ରାତି ୧ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ଭୁବନେଶ୍ୱରରେ ଅପରାହ୍ଣ ୪ଟାରୁ ରାତି ରାତି ୨ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ୧୪ ତାରିଖରୁ କଟକରେ ଭସାଣି ପାଇଁ ଟ୍ରାଫିକ କଟକଣା ଲାଗୁ ହେବ । ସକାଳ ୭.୧୫ରୁ ଭସାଣି ଶେଷ ପର୍ଯ୍ୟନ୍ତ ଏହା ଲାଗୁ ହେବ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.