fbpx

(Video) 1999 ଠାରୁ ବି ଭୟଙ୍କର ! ଶକ୍ତିଶାଳୀ ବାତ୍ୟାରେ ମରିଯିବେ ଶହ ଶହ ଲୋକ, ପୃଥିବୀ ହେବ…

ନୂଆଦିଲ୍ଲୀ: ମାଡି ଆସୁଛି ଶକ୍ତିଶାଳୀ ବାତ୍ୟା । ତୀବ୍ର ଗତିରେ ଆସି ସ୍ଥଳଭାଗ ଛୁଇଁବ । ଏହା 1999 ମହାବାତ୍ୟା ଠାରୁ ମଧ୍ୟ ଅଧିକ ଭୟଙ୍କର ହେବ ବୋଲି କୁହାଯାଉଛି । ଏହାର ପ୍ରଭାବରେ ବହୁ କ୍ଷତି ଘଟିବା ନେଇ ସୂଚନା ରହିଛି । ଆଣ୍ଟଲାଟିକ ହରିକେନ ଇତିହାସରେ ଏହା ଚତୁର୍ଥ ଶକ୍ତିଶାଳୀ ବାତ୍ୟା ବୋଲି କୁହାଯାଉଛି । ଏହାର ନାମ ମିଲଟନ ରଖାଯାଇଛି । ତେବ ଏହାର ପ୍ରଭାବରେ 175 ମାଇଲରୁ ଅଧିକ ବେଗରେ ବପନ ବହିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ 15ରୁ 20 ଫୁଟ ଉଚ୍ଚାର ଜୁଆର ମଧ୍ୟ ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି ।

ହରିକେନ ମିଲଟନ ଆଜି ରାତି କିମ୍ବା କାଲି ସକାଳେ ଫ୍ଲୋରିଡା ପଶ୍ଚିମ ଉପକୂଳରେ ଲ୍ୟାଣ୍ଡପଲ କରିବାର ସମ୍ଭାବନା ରହିଛି । ବାତ୍ୟାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ପରିସ୍ତିତି ଘୋଷଣା କରାଯାଇଛି । ପୂର୍ବରୁ ବାତ୍ୟାରେ ଆମେରିକାର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥବବା ବେଳେ ୨୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ହେଲେନ ପ୍ରଭାବିତ ଅଂଚଳ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଣି ଏକ ବାତ୍ୟା ଆଶଙ୍କା ଲୋକଙ୍କୁ ଚିନ୍ତାରେ ପକାଇଛି ।

 

Get real time updates directly on you device, subscribe now.