fbpx

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗ; ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା

ନୂଆଦିଲ୍ଲୀ: ରତ୍ନ ହରାଇଲା ଭାରତ । ଭାରତୀୟ ଶିଳ୍ପ ଜଗତକୁ ଲାଗିଛି ବଡ଼ ଝଟକା । ୮୬ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ତାଙ୍କ ବିୟୋରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଅପରପକ୍ଷରେ ତାଙ୍କ ସମ୍ମାନର୍ଥେ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ ଘୋଷଣା କରାଯାଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରତନ ଟାଟାଙ୍କ ନିଧନକୁ ନେଇ ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି । ରାଜକୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏକନାଥ ଶିନ୍ଦେ ଏକ ବୟାନରେ କହିଛନ୍ତି କି ଅକ୍ଟୋବର ୧୦ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ । ଏହା ସହ ଗୁରୁବାର କୌଣସି ପ୍ରକାର ମନୋରଞ୍ଜକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ରହିଛି । ସେହିପରି ଝାଡ଼ଖଣ୍ଡରେ ମଧ୍ୟ ରତନ ଟାଟାଙ୍କ ସମ୍ମାନରେ ଦିନିକିଆ ଶୋକ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଘୋଷଣା କରିଛନ୍ତି । ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, ‘ଝାଡ଼ଖଣ୍ଡ ଭଳି ପଛୁଆ ରାଜ୍ୟକୁ ବିଶ୍ୱରେ ପରିଚୟ ଦେଇଥିବା ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ୍ ଏବଂ ପଦ୍ମଭୂଷଣ ଶ୍ରୀ ରତନ ଟାଟା ଜୀଙ୍କ ନିଧନରେ ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରାଯାଉଛି ।’

Get real time updates directly on you device, subscribe now.