fbpx

ଖଣ୍ଡଗିରି ଥାନାକୁ ଶନିଦଶା, ରାତି ହେଲେ…

ଭୁବନେଶ୍ୱର: ଖଣ୍ଡଗିରି ଥାନାକୁ ପଡିଛି ଶନିଦଶା । ନିଶାସକ୍ତ ମହିଳାଙ୍କ ଏହି ଥାନା ଉପରେ ନଜର । ଆଗରୁ ଏହି ଥାନାରେ ମହିଳା ମଦ ପିଇ ମାତାଲ ଅବସ୍ଥାରେ ଆସି ଏଠି ହଙ୍ଗାମା କରୁଥିବା କଥା ଶୁଣିବାକୁ ମିଳୁଥିଲା । ଏବେ ଏକ ଭିଡିଓ ବେଶ ଭାଇରାଲ ହେଉଛି । ମହିଳା ଥାନାରେ ଗୋଡ ଉପରେ ଗୋଡ ପକେଇ ଥାନା ବାବୁଙ୍କୁ ଆଙ୍ଗୁଠି ଦେଖାଇ ଧମକ ଚମକ ଦେଉଛନ୍ତି । ଖାଲି ସେତିକି ନୁହେଁ କଥା କଥାକେ ଥାନା ବାବୁଙ୍କ ଦେହରେ ହାତ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଦେଖନ୍ତୁ ଏହି ଭିଡିଓଟିକୁ ।

ତେବେ ଏହି ଘଟଣା ପୂର୍ବରୁ କିଛି ଦିନ ତଳେ ମଧ୍ୟ ଏମିତି ଏକ ଘଟଣା ନିର୍ଦ୍ଦିଷ୍ଟ ଏକ ଚାନେଲରେ ଦେଖିବାକୁ ମିଳିଥିଲା । ଯେଉଁଥିରେ କୁହାଯାଉଥିଲା କି, କିଛି ଦିନ ହେବ ଥାନାକୁ ଅନେକ ନିଶାସକ୍ତ ମହିଳା ବା ଯୁବତୀ ଥାନାକୁ ରାତିରେ ଆସି ଉତ୍ପାତ କରୁଛନ୍ତି । ବିନା କିଛି ଅଭିଯୋଗରେ ଆସୁଛନ୍ତି ।ଆଉ ଏମାନଙ୍କୁ ଦେଖି ଥାନା କର୍ମଚାରୀ ଭୟଭୀତ ହୋଇଯାଉଛନ୍ତି । ମୁଖତଃ ପୁରୁଷ ପୋଲିସମାନେ ଭୟରେ ଭୂତ ଦେଖିବା ପରି ଥାନା ବାହାରକୁ ଚାଲିଆସୁଥିବା କୁହାଯାଇଛି । ଆଉ ଯେଉଁ ଯାଗାରେ କ୍ୟାମାରେ ନାହିଁ ସେଠୁ ମଧ୍ୟ ମହିଳା ପୋଲିସ କ୍ୟାମେରା ଲେନ୍ସ ତଳକୁ ଚାଲିଆସୁଛନ୍ତି ।

କିଏ ଆସି ପାଟିତୁଣ୍ଡ କରୁଛି ଥାନାରେ ତ ପୁଣି କିଏ କାନ୍ଦ ବୋବାଳି ପକାଉଛି । ମହିଳା ପୋଲିସ ଏମାନଙ୍କୁ ଯେତେ ଭଲ ଓ ଭଦ୍ର ବ୍ୟବହାର କଲେ ମଧ୍ୟ ଏମାନେ ନିଜ କାମରୁ ବାଦ ପଡୁନାହାନ୍ତି । ଏମିତି ଘଟଣା ବେଶୀ ଖଣ୍ଡଗିରି, ସେପଟକୁ ଥିବା ଥାନାରେ ଦେଖିବାକୁ ମିଳୁଛି । ଏହି ନିଶସକ୍ତ ମହିଳା ବା ଯୁବତୀଙ୍କୁ କାବୁ କରିବା ଥାନାରେ ନିୟୋଜିତ ହର ଟିମ କର୍ମଚାରୀ ନାକେଦମ ହେଉଛନ୍ତି । ସେମାନଙ୍କୁ ବୁଝାସୁଝା କରିବାକୁ ଏହି ହର ଟିମ ସଦସ୍ୟାଙ୍କୁ ୨-୩ ଘଣ୍ଟା ଲାଗିଯାଉଥିବା ହର ଟିମ ଅଧିକାରୀ ଚ୍ୟାନେଲ ଜରିଆରେ କହିବା ସହ ଏପରି ମହିଳାଙ୍କୁ ପୋଲିସ ସହ ସହଯୋଗ କରିବାକୁ ଅପିଲ କରିଛନ୍ତି ।

ଏଥିରୁ ଏହା ସ୍ପଷ୍ଟ କି, ଭରତପୁର ଥାନା ଘଟଣା ପରେ ପୋଲିସ ମହିଳା, ତା ପୁଣି ନିଶାସକ୍ତ ହୋଇଥିଲେ, ସେମାନଙ୍କୁ ଡରୁଛି ।

 

Get real time updates directly on you device, subscribe now.