fbpx

JioMart ଆରମ୍ଭ କଲା ଫ୍ରି ଡେଲିଭରୀ! ସ୍ୱିଗି, ବ୍ଲିନକିଟ ଉପରେ ପ୍ରଭାବ ପଡିବ କି? ଜାଣନ୍ତୁ

ନୂଆଦିଲ୍ଲୀ: ବ୍ଲିନକିଟ, ସ୍ୱିଗି ଇନଷ୍ଟାମାର୍ଟ ଏବଂ ବିଗ୍ ବାସ୍କେଟର ବ୍ୟବହାର ଗ୍ରୋସରୀ ଦେବା ପାଇଁ କରାଯାଇଥାଏ। ଏହି କମ୍ପାନୀ କମ ସମୟରେ ଆପଣଙ୍କ ଜିନିଷ ଆପଣଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ଏହା ଡେଲିଭରୀ ଚାର୍ଜ ମଧ୍ୟ ନେଇଥାଏ। ଏହି ସମୟରେ ରିଲାଏନ୍ସ ରିଟେଲ ଭାରତର ବଜାରରେ ପୁଣିଥରେ ଧମାକେଦାର ଯୋଜନା ଆରମ୍ଭ କରିଛି। ଜିଓ ମାର୍ଟ ଆସିବାରେ ବ୍ଲିନକିଟ, ସ୍ୱିଗି ଇନଷ୍ଟାମାର୍ଟ ଏବଂ ବିଗ୍ ବାସ୍କେଟ ଭଳି କମ୍ପାନୀମାନଙ୍କର କମ୍ପିଟିସନ ବଢିଯିବ।

କମ୍ପାନୀ ନିଜ ଇ-କମର୍ସ ପ୍ଲାଟଫର୍ମ, ଜିଓମାର୍ଟ ଜରିଆରେ ମୁମ୍ବାଇ ଏବଂ ବଙ୍ଗାଲୁରୁର କିଛି ଅଞ୍ଚଳରେ ଡେଲିଭରୀ ସେବାମାନ ଆରମ୍ଭ କରିଦେଇଛି। ଟେଲିକମ ସେକ୍ଟରରେ ଜିଓର ପ୍ରଥମ ଲଞ୍ଚ ପରି ଏଥର ମଧ୍ୟ ରିଲାଏନ୍ସ ରିଟେଲ ଆପ ଜିଓମାର୍ଟ ଫ୍ରୀ ଡେଲିଭରୀ ଦେଉଛି ଏବଂ ପ୍ଲାଟଫର୍ମ ଶୁକ୍ଳ ମଧ୍ୟ ନେଉନାହିଁ। ରିଲାଏନ୍ସ ଏଭଳି ପ୍ରଥମେ ମଧ୍ୟ କରିସାରିଛି, ଯେବେ ଜିଓ ସିମ ଆସିଥିଲା, ସେବେ ଏହାକୁ ଫ୍ରି ରଖାଯାଇଥିଲା। ଏଥିରେ ଗ୍ରାହକମାନଙ୍କୁ ସଂଯୋଗ କରିବାରେ କମ୍ପାନୀକୁ ଲାଭ ମିଳିବ। ରିଲାଏନ୍ସର ଏହି ପଦକ୍ଷେପରେ ବ୍ଲିନକିଟ, ସ୍ୱିଗି ଇନଷ୍ଟାମାର୍ଟ ଏବଂ ବିଗବାସ୍କେଟକୁ ଚିନ୍ତାରେ ପଡିବାକୁ ବାଧ୍ୟ ହୋଇଛନ୍ତି । ଏହି ପଦକ୍ଷେପରୁ ଜଣାପଡୁଛି ଯେ, ରିଲାଏନ୍ସ ଜିଓମାର୍ଟ ଖୁବ ଶିଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଉପରେ କବଜା କରିବାକୁ ଯାଉଛି।

ଡେଲିଭରୀ ପାଇଁ ଏବଂ ଅର୍ଡର ବଡ ହେଉ କି ଛୋଟ ହେଉ, ଏଥିପାଇଁ ଜିଓ ଚାର୍ଜ ନିଏ ନାହିଁ । ଏହା ବ୍ୟତୀତ ଅନେକ ପ୍ଲାଟଫର୍ମ ଫିସ ମଧ୍ୟ ଜିଓ ନିଏ ନାହିଁ। ସେହିପରି ଅଧିକ କମ୍ପାନୀରେ ଗ୍ରାହକଙ୍କୁ ଫିକ ଆୱାର ସମୟରେ ବା ଛୋଟ ଅର୍ଡର ପାଇଁ ଅତିରିକ୍ତ ଶୁଳ୍କ ଦେବାକୁ ପଡେ ନାହିଁ, ହେଲେ ବର୍ତ୍ତମାନ ଜିଓମାର୍ଟରେ ଏଭଳି କୌଣସି ଶୁଳ୍କ ନିଆଯିବ ନାହିଁ।

Get real time updates directly on you device, subscribe now.