fbpx

ଭୁବନେଶ୍ବରରେ ଏହି ସ୍ଥାନରେ ହେବ ରାବଣ ପୋଡି, ସୂଚନା ଦେଲେ DCP

ଭୁବନେଶ୍ବର: ଆଜି ପବିତ୍ର ଦଶହରା । ବିଜୟା ଦଶମୀକୁ ଅଧର୍ମ ଉପରେ ଧର୍ମର ଜୟ, ଅନ୍ଧାର ଉପରେ ଆଲୋକର ବିଜୟ, ନ୍ୟାୟ ଉପରେ ଅନ୍ୟାୟର ବିଜୟ ବୋଲି କୁହାଯାଇଥାଏ । ଆଜି ଜଗତ ଜନନୀ ମା ଦୁର୍ଗାଙ୍କର ପୀଠରେ ଚାଲିଛି ଦଶମୀ ପୂଜାର୍ଚ୍ଚନା । ଆଜିର ଦିନରେ ମା ମହିଷାସୁରକୁ ବଦ୍ଧ କରି ବିନାସ କରିଥିଲେ । ତେବେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି । ଗତ କିଛି ବର୍ଷ ଧରି ରାବଣ ପୋଡି ବନ୍ଦ ରହିଥିବା ବେଳେ ଗତ ବର୍ଷ ଏହାକୁ ଅନୁମତି ମିଳିଥିଲା । ତେବେ ଚଳିତ ବର୍ଷ ମଧ୍ୟ ଭୁବନେଶ୍ବରରେ 10 ଟି ସ୍ଥାନରେ ରାବଣ ପୋଡିକୁ ଅନୁମତି ମିଳିଛି । ଏନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ବିଜୟା ଦଶମୀ ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ମା ସୀତାଙ୍କୁ ଉଦ୍ଧାର କରିଥିଲେ । ତେଣୁ ଏହି ଦିନ ହିନ୍ଦୁ ପରମ୍ପରା ଅନୁସାରେ ପ୍ରତିବର୍ଷ ଦଶହରା ଦିନ ବିଭିନ୍ନ ସ୍ଥାନରେ ରାବଣ ଦହନ କରାଯାଇଥାଏ । ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡକଣ୍ଟା,ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ, ଚନ୍ଦକା, ସିମୁଳିଆ ପାଟଣା ଦୋଳଯାତ୍ରା ପଡିଆ ଏବଂ କପିଳ ପ୍ରସାଦ ଫୁଟବଲ ପଡିଆରେ ରାବଣ ପୋଡି ହେବ । ତେବେ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.