fbpx

‘ଯିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ହତ୍ୟା କରାଯିବ’ ଧମକ ଦେବା ପରେ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ଶପଥ ଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀ  ନାୟବ ସିଂ ସୈନିଙ୍କ ହତ୍ୟା ଧମକ । ଜୀବନରୁ ମାରିଦେବା ପାଇଁ ହତ୍ୟା ଧମକ ଦେଇଥିବା ଦର୍ବୃତ୍ତକୁ ବାନ୍ଧିଲା ହରିୟାଣା ପୋଲିସ । ପୋଲିସର କହିବା ଅନୁସାରେ, ଦର୍ବୃତ୍ତ ଜଣକ ହ୍ବାଟ୍ସଆପରେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା । ତେବେ ଗିରଫ ହୋଇଥିବା ଯୁବକ ଜିନ୍ଦ ଜିଲ୍ଲାର ଦେବରାର ଗ୍ରାମର ନିବାସୀ । ମତଗଣନା ସମୟରେ ଏକ ହ୍ବାଟ୍ସଆପ ଗ୍ରୁପରେ ହତ୍ୟା ଧମକ ଦିଆଯାଇଥିବା କଥା ପୋଲିସ ପକ୍ଷରୁ କୁହାଯାଇଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ମାମଲା ପୋଲିସର ନଜରକୁ ଆସିବା ପରେ ମାମଲା ଦାୟର କରି ତଦନ୍ତ ଆରମ୍ଭ କରାଯାଇଥିଲା । ଧମକ ଦେଇଥିବାରୁ ଆଇଟି ଆକ୍ଟ ଅନୁସାରେ ମାମଲା ପଞ୍ଜିକୃତ କରାଯାଇଥିଲା । ସୋମବୀର ରାଠୀ ଜୁଲାନା ହଲକା ନାମରେ ଏକ ହ୍ବାଟ୍ସଆପ ଗ୍ରୁପ ରହିଥିଲା । ସେଥିରେ ଉକ୍ତ ବ୍ୟକ୍ତିଜଣକ ଲେଖିଥିଲେ, ଯିଏ ହରିୟାଣା ମୁଖ୍ୟମନ୍ତ୍ରୀ ହେବ ତାକୁ ଗୁଳିକରି ହତ୍ୟା କରାଯିବ । ଯେଉଁଭଳି ଭାବେ ମହାତ୍ମା ଗାନ୍ଧୀଙ୍କୁ ଗୋଡସେ ହତ୍ୟା କରିଥିଲା, ମୁଁ ସେହିଭଳି ଭାବେ ହତ୍ୟା କରିବି ।

ପ୍ରକାଶଥାଉକି, ହରିୟାଣାରେ ନାୟବ ସିଂହ ସୈନି ୧୭ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ। କାର୍ଯ୍ୟକ୍ରମର ଆୟୋଜନ ପଞ୍ଚକୁଲାରେ ହେବ ଏବଂ ଶପଥ ଗ୍ରହଣର କାର୍ଯ୍ୟକ୍ରମ ସକାଳ ୧୦ଟାରେ ହେବ। । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପାର୍ଟୀର ବରିଷ୍ଠ ନେତା ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ବିଜେପି ଲଗାତାର ତୃତୀୟ ଥର ହରିୟାଣାରେ ସରକାର ଗଠନ କରିବ ।

Get real time updates directly on you device, subscribe now.