fbpx

(Video) ମଣିଷ ନିଜକୁ ବିଚକ୍ଷଣ ମନେକରେ, ହେଲେ ଜଙ୍ଗଲୀ ଜୀବଙ୍କ ବୁଦ୍ଧି ଆଗରେ ହୁଏତ କମ୍

ଓଡିଶା ଭାସ୍କର: ଘଟଣାଟି କେଉଁଠିକାର, କେବେକାର, ତାହା ତ ଜଣା ନାହିଁ, କିନ୍ତୁ ଛାତି ଥରେଇଦେବା ପରି ଦୃଶ୍ୟ । ତା ଭୟରେ ଲୋକ ହାତରେ ଠେଙ୍ଗା ବାଡି ଧରି ଲୋକ ଘେରିଥିଲେ ତାକୁ ମାରିବାକୁ, ହେଲେ ସେ ଆସିଲା, ଲୋକଙ୍କ ଉପରକୁ ଝାମ୍ପ ଦେଲା । କିଛି ସମୟ ତାର ଲୋକଙ୍କ ସହ ଲଢେଇ ହେଲା, ହେଲେ ସେ ଲୋକଙ୍କ ଆଖିରେ ଧୂଳି ଦେଇ ଚମ୍ପଟ ମାରିଲା ସେହି ଜାଗାକୁ ଯେଉଁଠୁ ବାହାରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଏକ ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ଘର ଆଗରେ କିଛି ଲୋକ ହାତରେ ଠେଙ୍ଗା ବାଡି ଧରି ଜଗିଛନ୍ତି । ହଠାତ୍ ଘର ଭିତରୁ ବାହାରିଲା ମହାବଳ ବାଘ । ବାଘ ସିଧା ଲୋକଙ୍କ ଆଡକୁ ଗଲା । ଲୋକମାନେ ଠେଙ୍ଗାରେ ମାରିବା ଆଗରୁ ସେମାନଙ୍କ ଉପରକୁ ମାରିଲା ଲମ୍ଫ । ତେବେ ଅନ୍ୟମାନେ ବାଘ ଉପରେ ଆକ୍ରମଣ କରିବା ଆରମ୍ଭ କଲେ । କିଛି ସେକେଣ୍ଡ ଧରି ବାଘ ଓ ମଣିଷଙ୍କ ଭିତରେ ଆକ୍ରମଣ, ପ୍ରତିଆକ୍ରମଣ ପରେ ବାଘ ମାଟିରେ ନିସ୍ତେଜ ହୋଇ ପଡିଗଲା ।

ହୁଏତ ଲୋକେ ଭାବିଲେ କି ବାଘଟି ଆହତ ହୋଇଛି ଓ ଆଉ ଉଠିପାରିବନି । ବାଘ ଉପରେ ଆକ୍ରମଣ ବନ୍ଦ କରିବା ପରେ ବାଘ ଉଠି ଯେଉଁ ଘରୁ ଆସିଥିଲା ପୁଣି ସେଠିକୁ ଚାଲିଗଲା । ଘରୁ ବାଘକୁ ବାହାରକାରିବାକୁ ଲୋକଙ୍କ ସବୁ କସରତ ଫେଲ ମାରିଲା । ତେବେ ଏହି ଭିଡିଓ କେଉଁ ସ୍ଥାନର ତାହା ତ ଜଣା ନାହିଁ, ହେଲେ ବାଘ ଓ ମଣିଷଙ୍କ ଏହି ମୁହାଁମୁହିଁ ଦୃଶ୍ୟ ଲୋମ ଟାଙ୍କୁରାଇଦେବ । ତା ସାଙ୍ଗକୁ ଲୋକଙ୍କୁ ଚମକା ଦେଇ କେମିତି ବାଘ ସୁରକ୍ଷିତ ସେଠାରୁ ବାହାରି ଗଲା ତାହା ବି ଦେଖିବା କଥା ।

ମଣିଷ ଭାବେ ସେ ଦୁନିଆର ସବୁଠାରୁ ବିଚକ୍ଷଣ ପ୍ରାଣୀ । ହେଲେ ଏହିଭିଡିଓରୁ ଜଣାପଡିଲା, ଖାଲି ମଣିଷ ନୁହେଁ, ଜୀବ ଜନ୍ତୁଙ୍କର ମଧ୍ୟ ବୋଧ ଜ୍ଞାନ ରହିଛି । ଉପସ୍ଥିତ ବୁଦ୍ଧି ଖଟାଇ ବିପଦକୁ ଟାଳିବାର କ୍ଷମତା ସେମାନଙ୍କ ଭିତରେ ମଧ୍ୟ ରହିଛି ।

Get real time updates directly on you device, subscribe now.