Raptee HV T30: ୮ ବର୍ଷର ୱାରେଣ୍ଟି ସହ ଲଞ୍ଚ ହେଲା ଇଲେକ୍ଟ୍ରିକ୍ ବାଇକ୍

ନୂଆଦିଲ୍ଲୀ: ପୂଜା ଅବସରରେ ବଜାରକୁ ଆସିଛି ଏକ ଶାନଦାର ଇଲେକ୍ଟ୍ରିକ୍ ବାଇକ୍ । ଏହି ଇଭିର ନାମ ହେଉଛି ରାପ୍ଟି ଏଚଭି ଟି୩୦ । ଏହା ଏପରି ଏକ ଇଲେକ୍ଟ୍ରିକ୍ ବାଇକ୍ ଯାହାକି ୟୁନିଭର୍ସାଲ ସିସିଏସ୨ ଚାର୍ଜକୁ ସପୋର୍ଟ କରିଥାଏ । ଅର୍ଥାତ ଯେଉଁଠାରେ ଇଲେକ୍ଟ୍ରିକ୍ କାର ଚାର୍ଜ କରାଯାଉଥିବ, ସେହି ସ୍ଥାନରେ ମଧ୍ୟ ଏହି ଇଭିକୁ ସହଜରେ ଚାର୍ଜ କରାଯାଇପାରିବ । ଏହି ଯାନରେ ସ୍ପୋର୍ଟିଂ ଲୁକ୍ ଓ ଡିଜାଇନ ସହିତ ସିଙ୍ଗଲ ଚାର୍ଜରେ ୨୦୦ କିମି ରେଞ୍ଜ ଦେବାର କ୍ଷମତା ରହିଛି ।
ଚେନ୍ନାଇ ବେସଡ ଇଲେକ୍ଟ୍ରିକ୍ ଷ୍ଟାର୍ଟଅପ୍ ରାପ୍ଟି.ଏଚଭି ଆଜି ଘରୋଇ ବଜାରରେ ନିଜର ପ୍ରଥମ ହାଇ-ଭୋଲଟେଜ୍ ବୈଦ୍ୟୁତିକ ମୋଟରସାଇକେଲକୁ ଅଫିସିଆଲ ଭାବେ ବିକ୍ରି ପାଇଁ ଲଞ୍ଚ କରିଛି । ସାରା ବିଶ୍ୱର ଇଲେକ୍ଟ୍ରିକ୍ କାରରେ ଯେଉଁ ଟେକନିକ୍ ପ୍ରୟୋଗ କରାଯାଇଥାଏ, ତାହାକୁ ଏହି ଇଭିକୁ ଡିଜାଇନ କରିବାରେ ବ୍ୟବହାର କରାଯାଇଛି । ମୋଟରସାଇକେଲ ବଜାରରେ ଏହି ବାଇକ୍ ୨୫୦-୩୦୦ ସିସିର ଆଇସିଇ (ପେଟ୍ରୋଲ) ବାଇକ୍ସକୁ ଟକ୍କର ଦେବାକୁ ସକ୍ଷମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

୨.୩୯ ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ କମ୍ପାନୀ ଏହାକୁ ଲଞ୍ଚ କରିଛି । ଗ୍ରାହକମାନେ ଏହାକୁ ହ୍ୱାଇଟ, ରେଡ, ଗ୍ରେ ଓ ବ୍ଲକ ସହିତ ୪ଣି ଅଲଗା ଅଲଗା ରଙ୍ଗରେ କିଣି ପାରିବେ । ସବୁ କଲର ଭାରିଆଣ୍ଟର ମୂଲ୍ୟ ସମାନ ରହିଛି । କମ୍ପାନୀ ଏହାର ଅଫିସିଆଲ ବୁକିଂ ଆରମ୍ଭ କରିଥିବା ବେଳେ ଅଫିସିଆଲ ୱେବସାଇଟ ଜରିଆରେ ୧୦୦୦ ଟଙ୍କାରେ ଏହାକୁ ବୁକ୍ କରିହେବ । ଆସନ୍ତା ଜାନୁଆରୀରେ ଫାଷ୍ଟ ଫେଜରେ ଏହାର ଡେଲିଭରି ଆରମ୍ଭ ହେବ । ବେଙ୍ଗାଲୁରୁ ଓ ଚେନ୍ନାଇରେ ବାଇକର ଡେଲିଭରି ଦିଆଯିବ । ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ୧୦ଟି ସହରରେ ଲଞ୍ଚ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.