ପ୍ରଥମେ ଝଡ଼ିଲା କେଶ, ତା’ ପରେ ଆଖି ପତା… ଶେଷ କେମୋଥେରାପି ପୂର୍ବରୁ ଇନଷ୍ଟାଗ୍ରାମରେ ଭାବୁକ ପୋଷ୍ଟ ଶେୟାର କଲେ ହିନା ଖାନ୍

ମୁମ୍ବାଇ: ଟିଭି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ । ‘ୟେ ରିସ୍ତା କ୍ୟା କେହଲାତା ହୈ’ ଟିଭି ସିରିଏଲର ‘ଅକଶରା’ ଭାବେ ଘରେ ଘରେ ପରିଚିତ ଥିଲେ ହିନା ଖାନ୍ । ବର୍ତ୍ତମାନ ସେ କର୍କଟ ରୋଗ ସହ ସଂଘର୍ଷ କରୁଛନ୍ତି । ଏଥିପାଇଁ ତାଙ୍କୁ କେମୋଥେରାପି ଟ୍ରିଟମେଣ୍ଟ ଦେଇ ଗତି କରିବାକୁ ପଡ଼ିଛି । ଏହି ସମୟର କଷ୍ଟକୁ ସେ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କ ସହ ଶେୟାର କରିଛନ୍ତି ।

ହିନା ଖାନଙ୍କୁ ଷ୍ଟେଜ୍ ୩ କ୍ୟାନସର । କେମୋଥେରାପି ପାଇଁ ପ୍ରଥମେ ତାଙ୍କୁ କେଶ କାଟି ଲଣ୍ଡା ହେବାକୁ ପଡ଼ିଥିଲା । ବର୍ତ୍ତମାନ ଶେଷ କେମୋଥେରାପି ପୂର୍ବରୁ ତାଙ୍କ ଆଖି ପତା ମଧ୍ୟ ପ୍ରାୟ ସବୁ ଝଡ଼ିଗଲାଣି । ଏନେଇ ସେ ଇନଷ୍ଟାଗ୍ରମରେ ନିଜ ଆଖିର ଏକ ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଆପଣ ଜାଣିବାକୁ ଚାହୁଁଛନ୍ତି କି ମୋ ପ୍ରେରଣାର ଉତ୍ସ କ’ଣ ? ଏକ ସମୟରେ ଏହା ଶକ୍ତିଶାଳି ଏବଂ ସୁନ୍ଦର ବ୍ରିଗେଡ଼ର ଅଂଶ ଥିଲା । ମୋର ଲମ୍ବା ଏବଂ ସୁନ୍ଦର ଆଖି ପତା । ଏହା ଏକମାତ୍ର ବାହାଦୁର ଯୋଦ୍ଧା ଯିଏ ମୋ ସହ ସଂଘର୍ଷ କରିଛି । ମୋ କେମୋଥେରାପିର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଏହା ମୋ ପ୍ରେରଣା । ଇନଶାଅଲ୍ଲାହ ।’ ଏହି ପୋଷ୍ଟକୁ ନେଇ ଅନେକ ୟୁଜର୍ସ ରିଆକ୍ଟ ଏବଂ କମେଣ୍ଟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଦୁନିଆର ସବୁଠାରୁ ସୁନ୍ଦର ଆତ୍ମା’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ସୁନ୍ଦର ହୃଦୟ ଥିବା ସୁନ୍ଦର ଝିଅ ।

Get real time updates directly on you device, subscribe now.