ମାର୍କେଟକୁ ଆସିଲା Samsung Galaxy Ring, AI ଫିଚର ସାଙ୍ଗକୁ ରହିଛି ହେଲଥ ଚେକଅପ୍

ନୂଆଦିଲ୍ଲୀ: ଗ୍ୟାଜେଟ ନିର୍ମାତା କମ୍ପାନୀ ସାମସଙ୍ଗ ଚଳିତ ବର୍ଷ ଜୁଲାଇ ମାସରେ ପ୍ୟାରିସର ଅନପ୍ୟାକ ଇଭେଣ୍ଟରେ ସାମସଙ୍ଗ ଗାଲାକ୍ସି ରିଙ୍ଗର(Samsung Galaxy Ring) ଘୋଷଣା କରିଥିଲା । ଏହି ଇଭେଣ୍ଚରେ Galaxy Z Fold 6 ଏବଂ Galaxy Z Flip 6 ଫୋଲ୍ଡେବଲ ସ୍ମାର୍ଟଫୋନ ଲଞ୍ଚ କରିଥିଲା । ଦକ୍ଷିଣ କୋରିଆର ଟେକ ଜିଆଣ୍ଟ ଗାଲାକ୍ସି ସ୍ମାର୍ଟ ରିଙ୍ଗକୁ 3 ଫିନିସ ଏବଂ 9 ଆକାରରେ ବୈଶ୍ବିକ ସ୍ତରରେ ଲଞ୍ଚ କରିଥିଲା । ବର୍ତ୍ତମାନ ଏହି ଭେରିଏବଲ ଡିଭାଇସ ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବା ନେଇ ସୂଚନା ରହିଛି । ତେବେ ଗାଲାକ୍ସି ରିଙ୍ଗ ପାଇଁ ପ୍ରିରିଜେରଭେସନ ଆକମ୍ଭ ହୋଇସାରିଛି । ଏଥିରେ କିଛି ଅଫର ମଧ୍ୟ କମ୍ପାନୀ ପକ୍ଷରୁ ଦିଆଯାଉଛି ।

Samsung Galaxy Ring  ଭାରତରେ ପ୍ରି ରିଜରଭେସନ ଆରମ୍ଭ ହୋଇଥିବା ବେଳେ ଡିସକାଉଣ୍ଟ ପ୍ରି-ରିଜର୍ଭର ଦାମ୍ 1999 ଟଙ୍କା ରହିଛି । କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି । ଗ୍ରାହକମାନେ ସାମସଙ୍ଗ ଇଣ୍ଡିଆ ଓ୍ବେବସାଇଟ ସହିତ ଆମାଜନ ଏବଂ ଫ୍ଲିପକାର୍ଟ ଭଳି ପ୍ରମୁଖ ଇ-କମର୍ସ ସାଇଟରୁ ମଧ୍ୟ ପ୍ରି ରିଜର୍ଭ କରିପାରିବେ । ପ୍ରି ରିଜର୍ଭ କରିଥିବା ଗ୍ରାହକଙ୍କୁ ଚାର୍ଜିଂ କେସ ଏବଂ ଡାଟା କେବୁଲ ସହିତ ରିଙ୍ଗ ମଧ୍ୟ ମିଳିବ ।

କମ୍ପାନୀର କହିବା ଅନୁସାରେ, ଏହି ରିଙ୍ଗ ଭାରତରେ 5ରୁ 13 ସାଇଜ୍ ଯାଏଁ ଉପଲବ୍ଧ । ଏହି ରିଙ୍ଗ ଟାଇଟନିୟମରେ ତିଆରି ହୋଇଛି । ଏହାର ରେଟିଙ୍ଗ 10ATM ରହିଛି । ସବୁଠାରୁ ଛୋଟ ସାଇଜ ରିଙ୍ଗର ଓଜନ 2.3 ଗ୍ରାମ ରହିଥିବା ବେଳେ ଏହାର ଚଉଡା 7 ମିମି ରହିଛି । ତେବେ ଏହାକୁ ଥରେ ଚାର୍ଜ କଲେ 7 ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏଥିରେ ହେଲ୍ଥ ଏଆଇ ଫିଚର ରହିଛି । ସ୍ଲିପିଂ ଷ୍ଟେଜ, ଗତିବିଧି, ହାର୍ଟରେଟ୍ ଏବଂ ଚିନ୍ତାକୁ ମଧ୍ୟ ଟ୍ରାକ କରିପାରିବ ।

Get real time updates directly on you device, subscribe now.