ଏମିତି ଜଣେ ବୋଲର, ଯାହାଙ୍କ ରେକର୍ଡ ଭାଙ୍ଗିବା ଅସମ୍ଭବ, ହାଟ୍ରିକରେ ରଚିଥିଲେ ଇତିହାସ

ନୂଆଦିଲ୍ଲୀ: କୌଣସି ବୋଲର ପାଇଁ ସବୁଠାରୁ ବଡ ସ୍ୱପ୍ନ ହେଉଛି ହାଟ୍ରିକ ୱିକେଟ ହାସିଲ କରିବା । କେହି ହାଟ୍ରିକ୍ ୱିକେଟ ନେଲେ ସାରା ଦୁନିଆ ତାଙ୍କର ଦିବାନା ହୋଇଯାଏ । ତେବେ ଟେଷ୍ଟ କ୍ରିକେଟରେ ଏଯାଏଁ ୪୬ ହାଟ୍ରିକ ହୋଇଥିବା ବେଳେ ୱାନ ଡେ’ରେ ୫୦ ହାଟ୍ରିକ ହୋଇଛି । ଏହା ବ୍ୟତୀତ ଫାଷ୍ଟ କ୍ଲାସ କ୍ରିକେଟରେ ମଧ୍ୟ ହାଟ୍ରିକ୍ ହାସଲର ରେକର୍ଡ ରହିଛି । ତେବେ ଏମିତି ଜଣେ ବୋରଲ, ଯିଏ ଫାଷ୍ଟ କ୍ଲାସ କ୍ରିକେଟରେ ଗୋଟିଏ କି ଦୁଇଟି ନୁହେଁ ୭ ଥର ହାଟ୍ରିକ କରି ଇତିହାସ ରଚିଛନ୍ତି । ସେ ଆଉ କେହି ନୁହଁନ୍ତି, ଇଂଲଣ୍ଡର କିମ୍ବଦନ୍ତି ଖେଳାଳି ଡଗ ରାଇଟ ।

ରାଇଟ ଇଂଲଣ୍ଡ ପାଇଁ ୩୪ ଟେଷ୍ଟ ଓ ୪୯୭ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଛନ୍ତିା ଟେଷ୍ଟରେ ରାଇଟ ୧୦୮ ୱିକେଟ ନେବା ସହ ଫାଷ୍ଟ କ୍ଲାସର ୪୯୭ ମ୍ୟାଚରେ ୨୦୫୬ ୱିକେଟ ନିଜ ନାଁରେ କରିଛନ୍ତି । ଫାଷ୍ଟକ୍ଲାସରେ ସବୁଠାରୁ ଅଧିକ ହାଟ୍ରିକ କରିଥିବା ବୋଲର ହେଉଛନ୍ତି ରାଇଟ । ସେ ୧୯୩୨ରୁ ୧୯୫୭ ପର୍ଯ୍ୟନ୍ତ କ୍ରିକେଟ ମୈଦାନରେ କମାଲ କରିଥିଲେ । ୪୯୬ ଫାଷ୍ଟକ୍ଲାସରେ ୭ଟି ହାଟ୍ରିକ କରି ଇତିହାସ ରଚିଥିଲେ । ରାଇଟଙ୍କ ଏହି ରେକର୍ଡ ଭାଙ୍ଗିବାର କୌଣସି ସମ୍ଭାବନା ନାହିଁ । ରାଇଟ କେଣ୍ଟ ପାଇଁ ଖେଳିବା ବେଳେ ଏହି କମାଲ କରିଥିଲେ ।

ରାଇଟ ୧୯୩୮ରେ ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ମ୍ୟାଚ ଖେଳି ନିଜ ଡେବ୍ୟୁ କରିଥିଲେ ଓ ଶେଷ ଟେଷ୍ଟ ୧୯୫୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ରାଇଟ ଜଣେ ଉଚ୍ଚକୋଟିର ଇଂଲିସ ଲେଗ ସ୍ପିନର ଥିଲେ । ସେ ଦଶ ଥର ଗୋଟିଏ ସିଜିନରେ ୧୦୦ ୱିକେଟ ନେବାର କମାଲ କରି ଦେଖାଇଥିଲେ । ୧୯୫୪ରେ ରାଇଟ କେଣ୍ଟର ପ୍ରଥମ କ୍ୟାପ୍ଟେନ ହୋଇଥିଲେ । ୧୯୫୭ରେ ସେ କ୍ରିକେଟକୁ ଅଲବିଦା କରିଥିଲେ ଓ ୧୯୯୮ରେ ଏହି ଦିଗଜ ନେତାଙ୍କ ନିଧନ ହୋଇଥିଲା ।

ହାଟ୍ରିକ ହାଲସରେ ଖାଲି ରାଇଟ ନୁହଁନ୍ତି, ଆଉ କିଛି ଖେଳାଳି ମଧ୍ୟ କମାଲ କରିଛନ୍ତି । ରାଇଟଙ୍କ ପରେ ଦ୍ୱିତୀୟ ନମ୍ବରରେ ଆସନ୍ତି ସେହି ଇଂଲଣ୍ଡର ହମ ଗୋଡାର୍ଡ, ଯିଏ ଗ୍ଲୁଷ୍ଟର ସାୟରଙ୍କ ପାଇଁ ଖେଳି ଫାଷ୍ଟ କ୍ଲାସ କ୍ରିକେଟରେ ୬ ହାଟ୍ରିକ ହାସଲ କରିଥିଲେ । ସେହିପରି ସ୍କୋଫିଲ୍ଡ ହେଥ ୫ ହାଟ୍ରିକ କରିଛନ୍ତି ।

Get real time updates directly on you device, subscribe now.