କୁମାର ପୂର୍ଣ୍ଣିମାର ଦିନକ ପୂର୍ବରୁ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ୧୫ ଅକ୍ଟୋବରରେ ଲଗାତାର ଦ୍ୱିତୀୟ ଦିନ ସୁନା ଦର ହ୍ରାସ ପାଇଛି। ସୁନାର ମୂଲ୍ୟ ୨୭୦ ଟଙ୍କା ପର୍ଯ୍ୟନ୍ତ କମ ହୋଇଛି। ମୁମ୍ବାଇ ଏବଂ କୋଲକାତା ଭଳି ପ୍ରମୁଖ ସହରମାନଙ୍କରେ ୨୨କ୍ୟାରେଟ ସୁନାର ମୂଲ୍ୟ ୭୧ ହଜାର ୧୦୦ ଟଙ୍କା ରହିଛି। ଦିଲ୍ଲୀ, ଜୟପୁରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୭ ହଜାର ୭୦୦ ଟଙ୍କା ପାଖାପାଖି ରହିଛି। ସେହିପରି ଆଜି ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୯୬ ହଜାର ୯୦୦ ଟଙ୍କା ରହିଛି।

୧୫ ଅକ୍ଟୋବର ମଙ୍ଗଳବାର ଦିନ ସୁନାର ମୂଲ୍ୟରେ ଲଗାତାର ଦ୍ୱିତୀୟ ଦିନ ହ୍ରାସ ପାଇଛି। ସୁନାର ମୂଲ୍ୟ ୨୭୦ ଟଙ୍କା ପର୍ଯ୍ୟନ୍ତ କମ ହୋଇଛି। ମୁମ୍ବାଇ ଏବଂ କୋଲକାତାରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୧ ହଜାର ୧୦୦ ଟଙ୍କା ରହିଛି। ସେହିପରି ଦିଲ୍ଲୀ, ଲକ୍ଷ୍ନୌ, ଏବଂ ଜୟପୁରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୭ ହଜାର ୭୭୦ ଟଙ୍କା ରହିଛି। ନୋଏଡା ଏବଂ ଗାଜିୟାବାଦରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୬ ହଜାର ୮୧୦ ଟଙ୍କା ରହିଛି। ଏଥିରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୧ ହଜାର ୨୯୦ ଟଙ୍କା ରହିଛି।

ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ୭୧ ହଜାର ୧୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ଦର ୭୭ ହଜାର ୬୧୦ ଟଙ୍କା ରହିଛି। ସେହିପରି ରାଜ୍ୟ କଥା ଦେଖିବାକୁ ଗଲେ ଆସନ୍ତା କାଲି କୁମାର ପୂର୍ଣ୍ଣିମା, ସେଥିପାଇଁ ଆଜି ବଜାର ଭିଡ ରହିଛି। ଏହାରି ମଧ୍ୟରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା, ୭୧ ହଜାର ୧୪୦ ଟଙ୍କା ଥିବା ବେଳେ, ୨୪ କ୍ୟାରେଟ ସୁନା ଦର ୭୭ ହଜାର ୬୧୦ ଟଙ୍କା ରହିଛି।

Get real time updates directly on you device, subscribe now.