ସାବଧାନ! ମେଦ ବଢିଲେ ହାର୍ଟରେ ରକ୍ତ ଜମାଟ ବାନ୍ଧେ, ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ନୂଆଦିଲ୍ଲୀ: ଥ୍ରମ୍ବୋସିସ ଏଭଳି ଏକ ରୋଗ ଯାହା ବିଶ୍ବର ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ । କିନ୍ତୁ ଆଜି ମଧ୍ୟ ଅନେକ ଏହି ରୋଗ ବିଷୟରେ ଜାଣନ୍ତି ନାହିଁ । ତେବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଏଥିପାଇଁ ଶରୀରରେ ଦେଖାଯାଉଥିବା ସମସ୍ୟା ଭୟଙ୍କର ହୋଇଥାଏ । ଏହା ଏକ ପ୍ରକାର ସାଇଲେଣ୍ଟ କିଲର ଅଟେ ।

ମେଡିକାଲ ଟର୍ମରେ ଥ୍ରମୋସିସ ଏଭଳି ଏକ ପ୍ରକ୍ରିୟା ଯାହା ରକ୍ତବାହିକାକୁ ଭିତରୁ ଜମାଟ ବାନ୍ଧିଥାଏ । ଏହା ଧମନୀ ଏବଂ ଶିରାପ୍ରଶିରା ଭିତରୁ ହୋଇଥାଏ । ଏହା ଘାତକ ମଧ୍ୟ ହୋଇପାରେ । ଯେତେବେଳେ ରକ୍ତ ଜମାଟ ବାନ୍ଧିଥାଏ, ତାହା ଅନ୍ୟ ମାର୍ଗକୁ ମଧ୍ୟ ଅବରୋଧ କରିଥାଏ । ଏହା ଦ୍ବାରା ରୋଗୀକୁ ଗମ୍ଭୀର ରୂପରେ ପ୍ରଭାବିତ କରିଥାଏ । ଏହା ଦ୍ବାରା ଅନେକ ସମସ୍ୟା ହେବାର ସମ୍ଭାବନା ରହିଥାଏ । ଖରାପ ଜୀବନଶୈଳୀ, ମୋଟାପା, ଧୂମ୍ରପାନ, ଗର୍ଭାବସ୍ଥା ଏବଂ ଆନିବଂଶିକ ଏହାର କାରଣ ଅଟେ ।

ଥ୍ରୋମ୍ବୋସିସ ହେଲେ ମୁଖ୍ୟତଃ ହାତ ଏବଂ ପାଦ ଫୁଲି ଯାଇଥାଏ । ତ୍ବଚା ଲାଲ ରଙ୍ଗର ଦେଖାଯାଇଥାଏ । ରକ୍ତ ଜମାଟ ବାନ୍ଧୁଥିବା ବେଳେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଏବଂ ଚଲାବୁଲାରେ ମଧ୍ୟ ଅସୁବିଧା ଦେଖାଯାଇଥାଏ । ଥ୍ରୋମ୍ବାସିସ 2 ପ୍ରକାରର ହୋଇଥାଏ । ଧମନୀ ଥ୍ରୋମ୍ବୋସିସ ଏବଂ ସିରାପରକ ଥ୍ରୋମ୍ବାସିସ । ଶାରୀରିକ ବ୍ୟାୟାମ, ହାଇଡ୍ରେସନ ଏବଂ ଧୂମ୍ରପାନ ଛାଡିବା ଦ୍ବାରା ଏହାର ସମ୍ଭାବନା କିଛି ମାତ୍ରାରେ କମ୍ ହୋଇପାରେ ।

Get real time updates directly on you device, subscribe now.