ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଓଚଖ) ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ(ଗଓ) ଏହାର ଟିମରେ ପ୍ରମୁଖ ପରିବର୍ତ୍ତନ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ଏହାର ଦଳ ପାଇଁ ପାରସ୍ ମହାମ୍ବ୍ରେଙ୍କୁ ନୂତନ ବୋଲିଂ କୋଚ୍ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ଟିମର ହେଡ୍ କୋଚ୍ ହେଉଛନ୍ତି ମହେଲା ଜୟବର୍ଦ୍ଧନେ ।
ପାରସ୍ ମହାମ୍ବ୍ରେଙ୍କ କ୍ରିକେଟ କ୍ୟାରିୟର ବି ଉତ୍ତମ ରହିଆସିଛି । ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଘରୋଇ ମ୍ୟାଚରେ ରାଇଟ୍ ଆର୍ମ ମିଡିୟମ ପେସର ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୨୪ ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ବିଜୟୀ ହୋଇଥିଲା । ଏହି ଟିମରେ ପାରସ୍ ବୋଲିଂ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ । ପାରସ୍ ତାଙ୍କ କ୍ରିକେଟ କ୍ୟାରିୟରରେ ଭାରତ ପାଇଁ ୨ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଫାର୍ଷ୍ଟ କ୍ଲାସ୍ ମ୍ୟାଚରେ ମୋଟ୍ ୨୮୪ ୱିକେଟ୍ ନେଇଥିବା ବେଳେ ୧୦୫ ଇନିଂସରେ ୧୬୬୫ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ସେ ତାଲିକା ‘ଏ’ର ୮୩ ମ୍ୟାଚରେ ୧୧୧ ୱିକେଟ ନେଇଛନ୍ତି । କ୍ରିକେଟ୍ କ୍ୟାରିୟର ପରେ ସେ କୋଚ୍ ଭୂମିକାରେ ନଜର ଆସିଥିଲେ ।
𝐏𝐚𝐫𝐚𝐬 𝐌𝐡𝐚𝐦𝐛𝐫𝐞𝐲 returns HOME 💙
Read more 👉 https://t.co/f9oozQGg8e#MumbaiMeriJaan #MumbaiIndians pic.twitter.com/qFHsPEkRs0
— Mumbai Indians (@mipaltan) October 16, 2024