କୁଆଁର ପୂନେଇ ଜହ୍ନ ଆଲୁଅରେ ଏହି ସମୟରେ ରଖନ୍ତୁ କ୍ଷୀରି, ଏପରି ମିଳିବ ଚନ୍ଦ୍ର ଦୋଷରୁ ମୁକ୍ତି

ଓଡ଼ିଶା ଭାସ୍କର: ଆଜି କୁମାର ପୂର୍ଣ୍ଣିମା ଉତ୍ସବ କୁଆଁରି ଝିଅମାନେ ସାରା ରାଜ୍ୟରେ ପାଳନ କରୁଛନ୍ତି । ଚଳିତ ବର୍ଷ ଆଶ୍ୱୀନ ଶୁକ୍ଳ ପୂର୍ଣ୍ଣିମା ତିଥି ୧୬ ଅକ୍ଟୋବର ବୁଧବାର ରାତି ୮ଟା ୪୦ ମିନିଟରେ ଆରମ୍ଭ ହେବ ଏବଂ ଆଗାମୀ ଦିନ ୧୭ ଅକ୍ଟୋବର ଅପରାହ୍ନ ୪ଟା ୫୫ ମିନିଟ ପର୍ଯ୍ୟନ୍ତ ରହିବ । ଏହି ଦିନ ରବି ଯୋଗ, ବ୍ୟାଗାତ ଯୋଗ ସହ ଉତ୍ତରା ଭାଦ୍ରପଦ ନକ୍ଷତ୍ର ସଂଧ୍ୟା ୭ଟା ୧୮ ମିନିଟ ପର୍ଯ୍ୟନ୍ତ ରହିଛି, ଏହାପରଠାରୁ ରେବତୀ ନକ୍ଷତ୍ର ଅଛି । ଏହି ଦିନ ମାଆ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ ।

ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ, ଏହି ଦିନ ମାଆ ଲକ୍ଷ୍ମୀ ଏବଂ ଚନ୍ଦ୍ର ଦେବତାଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି କରାଯାଏ । ଏଥିସହ ଟଙ୍କା ପଇସାର ଅଭାବ ମଧ୍ୟ ଜୀବନରୁ ଦୂରେଇ ଯାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ ।

କୁମାର ପୂର୍ଣ୍ଣିମା ଦିନ ନିଜ ହାତରେ ଘରେ କ୍ଷୀରି ତିଆରି କରନ୍ତୁ । ରାତିରେ ସେହି କ୍ଷୀରିକୁ ରୂପା ପାତ୍ରରେ ଜହ୍ନ ଆଲୋକରେ ରଖିଦିଅନ୍ତୁ । ଯଦି ଆପଣ କିଛି ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି ତେବେ ସେହି କ୍ଷୀରି ପାଖେ ବସି ଆପଣଙ୍କ ମନରେ ଥିବା ଇଚ୍ଛା କଥା କୁହନ୍ତୁ । ଏହାକୁ ତା’ ପର ଦିନ ଦେବା-ଦେବୀଙ୍କୁ ପୂଜା କରିସାରିବା ପରେ ସେହି କ୍ଷୀରିକୁ ପ୍ରସାଦ ଭାବେ ସେବନ କରନ୍ତୁ । ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟୂ ଠିକ ରହିବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

କୌଣସି କାରଣରୁ ବସତଃ ଯଦି ଆପଣ କୁମାର ପୂର୍ଣ୍ଣିମାରେ କ୍ଷୀରିକୁ ରାତି ସାରା ଜହ୍ନ ଆଲୁଅରେ ରଖିିପାରୁନାହାନ୍ତି, ତେବେ ଏହା ସତ୍ତ୍ୱେ ବି ଆପଣ ଚନ୍ଦ୍ର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କ କୃପା ପାଇପାରିବେ । ଏହି ଦିନ କ୍ଷୀରିକୁ ଚନ୍ଦ୍ରମା ଆଲୋକରେ କିଛି ସମୟ ପାଇଁ ରଖନ୍ତୁ ଏବଂ ତାଖରେ ବସି ‘ଓଁ ଚନ୍ଦ୍ରମସେ ନମଃ’ ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ଜପ କରିବା ପରେ ଏହି କ୍ଷୀରିକୁ ଘରକୁ ଆଣି ଖାଆନ୍ତୁ । ଏହି ଉପାୟ ଆପଣଙ୍କ ମନସ୍କାମନା ପୂରଣ କରିବ । ସାଧାରଣ ଲୋକଙ୍କ ଛଡା ଏହାକୁ ଗର୍ଭବତୀ ମହିଳା ମଧ୍ୟ ଖାଇପାରିବେ । ଏଥିରେ ଚନ୍ଦ୍ର ଦେବତାଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

ସମୟ: ୧୬ ଅକ୍ଟୋବରରେ ଚନ୍ଦ୍ରଦୋୟ ସଂଧ୍ୟା ୫ଟା ୫ମିନିଟରେ ହେବ । ରାତିରେ ୮ଟା ୪୦ ମିନିଟରୁ ଆପଣ ରାତିରେ କ୍ଷୀରି ରଖିପାରିବେ ।

ଚନ୍ଦ୍ରଦୋଷରୁ ମୁକ୍ତି: ଭଗବାନ ଶିବଙ୍କ ପୂଜାରେ ଚନ୍ଦ୍ର ଗ୍ରହ ଦୋଷ ଦୂର ହୋଇଥାଏ । ଚନ୍ଦ୍ରମାଙ୍କ ପ୍ରତିକୂଳତାରୁ ଭୌତିକ ଭାବେ ମଣିଷଙ୍କୁ ମାନସିକ କଷ୍ଟ ତଥା ଶ୍ୱାସ ଆଦିର ରୋଗ ଦୂର ହୋଇଯାଏ । ଏଥିପାଇଁ ରୂପାର ଲୋଟାରେ କ୍ଷୀର ଭରି ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବ ଲିଙ୍ଗ ଉପରେ ଏହାକୁ ଅଭିଶେକ କରନ୍ତୁ ଏବଂ କ୍ଷୀରିର ଭୋଗ ଲଗାନ୍ତୁ ।

Get real time updates directly on you device, subscribe now.