ଆଜିଠାରୁ ଜନ ଶୁଣାଣି ପାଇଁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ ଆରମ୍ଭ ହେବ । ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ । ପ୍ରତି ଅଭିଯୋଗ ଶୁଣାଣି ଦିବସ ପାଇଁ ସର୍ବାଧିକ ୧ ହଜାର ଜଣ ପଞ୍ଜିକରଣ କରିପାରିବେ ।

ଆସନ୍ତା ଅକ୍ଟୋବର ୨୧ ଏବଂ ୨୮ ତାରିଖରେ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୫ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟାରୁ ଅଭିଯୋଗ ଶୁଣାଣି ହେବ । ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଅପରପକ୍ଷରେ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ଜରିଆରେ ପଞ୍ଜିକରଣ କରିପାରିବେ । ଅଭିଯୋଗ ଶୁଣାଣି ଦିନ ପଞ୍ଜିକୃତ ହୋଇଥିବା ପ୍ରମାଣପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.