ଇନଷ୍ଟାଗ୍ରାମରେ ଲଞ୍ଚ ହେଲା Profile Card, ଏଥର ଡବଲ୍ ଇନକମ୍, ଏଭଳି କରିବ କାମ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ନୂଆ କଷ୍ଚମାଇଜେସନ ଫିଚର ଆସିଛି । ଏହାକୁ Profile Card ରୂପେ ଘୋଷଣା କରିଛି କମ୍ପାନୀ। ଏହି ଫିଚର ସାହାଯ୍ୟରେ କ୍ରିଏଟର୍ସ ଏବଂ ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଦୁଇଟି ଷ୍ଟାଇଲିସ ଫିଚର କାର୍ଡ ଅନ୍ୟ ୟୁଜର୍ସଙ୍କ ସହିତ ସେୟାର କରିବା ପାଇଁ ଅପ୍ସନ ଦେବ । ଏଣିକି ୟୁଜର୍ସ ନିଜ ପ୍ରୋଫାଇଲ ପାଇଁ ଡିଜିଟାଲ ବିଜନେସ କାର୍ଡ ଦେଇପାରିବେ ।

ଦୁଇଚି ସାଇଟ୍ ଯୁକ୍ତ ଇନଷ୍ଟାଗ୍ରାମ କାର୍ଡରେ ପ୍ରୋଫାଇଲ ସୋ କରିବ । ଏହା ଏକ ପ୍ରକାର ଡିଜିଟାଲ ବିଜନେସ କାର୍ଡ ଭାବେ କାର୍ଯ୍ୟ କରିବ । ଏଥିରେ ୟୁଜର୍ସଙ୍କୁ କ୍ୟୁଆର କୋର୍ଡ ଦିଆଯିବ । ଏହାଦ୍ବାରା ସେମାନେ ଜଣେ ଅନ୍ୟଜଣଙ୍କ ସହିତ କଣ୍ଟେଣ୍ଟ ସେୟାର କରିପାରିବେ । ୟୁଜର୍ସଙ୍କ ସହିତ ସହଜରେ କନେକ୍ଟ ମଧ୍ୟ କରିହେବ । ପ୍ରୋଫାଇଲ ପିକ୍ଚର ଏବଂ ବାୟୋକୁ ଛଯିବା ପରେ ଏହା ଦ୍ବାରା ଅନେକ ସୁବିଧା ମିଳିପାରେ ।

ଏହା କଷ୍ଟମାଇଜେବଲ କାର୍ଡ ଅଟେ । ଭର୍ଚୁଆଲ ବିଜନେସ କାର୍ଡ ଭଳି ଏହା କାର୍ଯ୍ୟ କରିବ । କାର୍ଡର ଗୋଟିଏ ପଟେ ପର୍ସନାଲ ଡିଟେଲ୍ସ ଦେଖାଯିବ । ପ୍ରୋଫାଇଲ ପିକ୍ଚର, ନାମ ଏବଂ ବାୟୋ ଦେଖିବାକୁ ମିଳିବ । ଅନ୍ୟପଟେ କ୍ୟୁ ଆର କୋର୍ଡ ଦେଖିବାକୁ ମିଳିବ । ଏହାଦ୍ବାରା ନାମର ତଲାସି କରିବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ । ଏହି ଫିଚର ଦ୍ବାରା ୟୁଜର୍ସ ସହଜରେ ଜଣେ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବେ ।

ଯଦି ଇନଷ୍ଟାଗ୍ରାମରେ ବିଜନେସ ପେଜ୍ ରହିଛି ଏବଂ ଏହାକୁ ଅନ୍ୟ କାହା ସହିତ ସେୟାର କରିବା ପାଇଁ ଚାହୁଁଛନ୍ତି, ତାହାଲେ ଆଉ ଅଲଗା ଭାବେ କରିବାର ଆବଶ୍ୟକତା ନାହିଁ । କେବଳ ଏହି କାର୍ଡ ସେୟାର କରିବା ଦ୍ବାରା ସବୁକିଛି ସଠିକ ଭାବେ ହୋଇପାରିବ । ଏହା ଦ୍ବାରା ୟୁଜର୍ସ ସହଜରେ ଅନ୍ୟଜଣଙ୍କ ପ୍ରୋଫାଇଲକୁ ପହଞ୍ଚି ପାରିବେ । ଏଥିପାଇଁ କେବଳ କ୍ବିଆର କୋର୍ଡ ସର୍ଚ୍ଚ କରିବାକୁ ହେବ ।

Get real time updates directly on you device, subscribe now.