(Video) ଫୁଡ ବ୍ଲଗରଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଝଡ; ଗାଳିଗୁଲଜ, ପାଟିତୁଣ୍ଡ

ନୂଆଦିଲ୍ଲୀ: ପୁଣି ଏକ୍ସ ପ୍ଲାଟଫର୍ମରେ ଫୁଡ ବ୍ଲଗର ଲାଗଇଲେ ନିଆଁ । ଆମିଷ, ନିରାମିଷ ଉପରେ ତର୍କ ବିତର୍କ । ଫୁଡ ବ୍ଲକର ନଳିନୀ ଉନଗରଙ୍କ ପୋଷ୍ଟକୁ ନେଇ ସାମାଜିକ ମିଡିଆରେ ଝଡ । ଅନେକ ନଳିନୀଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ଏହାକୁ ବ୍ୟକ୍ତିର ଖାଦ୍ୟ ରୁଚି ଉପରେ ପ୍ରହାର ବୋଲି କହୁଛନ୍ତି ।

ନଳିନୀ ତାଙ୍କ ପୋଷ୍ଟରେ ଗର୍ବର ସହ ନିରାମିଷ ଖାଦ୍ୟ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ ତାଙ୍କ ଥାଳିର ଫଟୋ ସହ କ୍ୟାପ୍ସନ ଦେଇଛନ୍ତି କି, ମୁଁ ନିରାମିଷାସୀ ହୋଇଥିବାରୁ ଗର୍ବ ଅନୁଭବ କରୁଛି, ମୋ ଥାଳି ଲୁହ, ହିଂସା ଓ ପାପରୁ ମୁକ୍ତ । ନଳିନୀଙ୍କ ଏହି ପୋଷ୍ଟ ସେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି । ୩.୭ ମିଲିୟନ ଭିଉ ତାଙ୍କ ପୋଷ୍ଟକୁ ମିଳିଥିବା ବେଳେ ମିଳିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ପୂର୍ବରୁ ମଧ୍ୟ ଉଗର ତାଙ୍କ ଖାଦ୍ୟର ଫଟୋ ସହ ସମାନ କ୍ୟାପ୍ସନ େପୋଷ୍ଟ କରିଥିଲେ । ଯାହାକୁ ନେଇ କିଛି ୟୁଜର୍ସ ଏଥିରେ ଉତକ୍ଷିପ୍ତ ହୋଇଥିଲେ । ଅନ୍ୟର ଖାଦ୍ୟ ରୁଚି ପ୍ରତି ଭାବାବେଗଶୂନ୍ୟ, ଜଜମେଣ୍ଟାଲ ବୋଲି ଟିପ୍ପଣୀ ଦେଇଥିଲେ ।

ଏହାକୁ ନଳିନୀଙ୍କ ଅନ୍ୟ ଖାଦ୍ୟ ରୁଚି ପ୍ରତି ଅସମ୍ମାନ ବୋଲି କୁହାଯାଇଥିଲା । କିଛି କହିଥିଲେ କି, ମୁଁ ବୁଝିପାରୁନି, କାହିଁକି ଏଥିରେ ହିଂସା ରହିଛି । ତମେ ଗୋଟିଏ ମାଂସାହାରୀ ପ୍ରାଣୀକୁ ନିରାମିଷାସୀ ହେବାକୁ କହିପାରିବ କି? ଆମକୁ ପ୍ରକୃତି ସୃଷ୍ଟି କରିଛି କିଛି ବିଶେଷତା ସହ, ଏହାକୁ ସମ୍ମାନ ଦେବା ଜରୁରୀ ଓ ଜୀବନରେ ଆଗେଇବା ଦରକାର । ଅନ୍ୟ ଜଣେ ପଚାରିଥିଲେ, ଏଥିରେ କଣ ଗର୍ବ ଅଛି?? ନିଜ ଭାବନା ଓ ଆଦର୍ଶ ନିଜ ଭିତରେ ରଖ, କୌଣସି ସମସ୍ୟା ନାହିଁ । ଅନ୍ୟକୁ ହିଂସ୍ର କୁହନାହିଁ ।

ଯାହାକୁ ନେଇ ଉଗର କହିଥିଲେ କି, ଗଛ ପ୍ରସବ ଯନ୍ତ୍ରଣା ଦେଇ ଗତି କରିନଥାଏ । କିନ୍ତୁ ଜୀବ ଏହା ଦେଇ ଗତିକରନ୍ତି । ଗଛ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ, ସେମାନଙ୍କର ମସ୍ତିଷ୍କ ନାହିଁ । କିନ୍ତୁ ଜୀବ ଅନୁଭବ କରନ୍ତି ଓ ସେମାନଙ୍କ ପାଖରେ ମସ୍ତିଷ୍କ ରହିଛି ।

ଯାହାକୁ ନେଇ ମାଂସାହାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ କିଛି ସେମାନଙ୍କ ନନଭେଜ ଥାଳିର ଫଟୋ ସେୟାର କରିଥିଲେ ଓ ଜଣେ ନିଜ ଥାଳିର ଫଟୋ ସହ ଲେଖିଥିଲେ କି, ଗୋମାଂସାହାରୀ ଭାବେ ମୁଁ ନିଜକୁ ଗର୍ବିତ ମନେକରେ, ଏହା ମୋର ଅତି ପ୍ରିୟ ।