(Video) ସତ ହେଉଛି ଭବିଷ୍ୟବାଣୀ! ଭୟଙ୍କର ହେବ ବାତ୍ୟା ‘ଦାନା’, କହୁଛି ଖଡ଼ିରତ୍ନ ପାଞ୍ଜି, ଏହିସବୁ ଜିଲ୍ଲାରେ ହେବ ପ୍ରଳୟ!

ଓଡ଼ିଶା ଭାସ୍କର: ବାତ୍ୟା ଦାନାକୁ ନେଇ ଏବେ ସାରା ରାଜ୍ୟରେ ଭୟ । ପାଣିପାଗ ବିଭାଗ ବି ବାତ୍ୟାକୁ ନେଇ ସତର୍କ କରାଇ ସାରିଲାଣି । କେଉଁଠି ଅରେଞ୍ଜ ୱାର୍ଣ୍ଣିଂ ତ କେଉଁଠି ପ୍ରଳୟର ରୂପ ନେବ ବୋଲି କହୁଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା, ଦ୍ରୁତ ବେଗରେ ପବନ ସାଙ୍ଗକୁ ଭୟଙ୍କର ରୂପରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଦାନା । କିନ୍ତୁ ଏହି ବାତ୍ୟାକୁ ନେଇ ବହୁ ପୂର୍ବରୁ ଭବିଷ୍ୟବାଣୀ ହୋଇସାରିଛି । ଏହି ବାତ୍ୟାକୁ ନେଇ ସତ କହିଥିଲା ପାଞ୍ଜି । ଅକ୍ଟୋବର ମାସରେ ଭୟଙ୍କର ବାତ୍ୟା ଓଡ଼ିଶାରେ ମାଡ଼ ହେବ ବୋଲି ପାଞ୍ଜିରେ ଲେଖା ରହିଛି । ବାତ୍ୟାର ପରିଣାମ ଉପରେ ମଧ୍ୟ ଭବିଷ୍ୟବାଣୀ ଆକରରେ ପାଞ୍ଜିରେ ଉଲ୍ଲେଖ ରହିଛି । ପୂର୍ବରୁ ହୋଇଥିବା ଗଣନା ଏବେ ଗୋଟି ଗୋଟି କରି ସତ ହେବାରେ ଲାଗିଛି ।

ଓଡିଶା ମୁହାଁ ହେଉଛି ବାତ୍ୟା ‘ଦାନା’ । ଏହାକୁ ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ପାଞ୍ଜିରେ ବହୁ ପୂର୍ବରୁ ଏନେଇ ଗଣନା କରାଯାଇଛି । ଓଡିଶା ପାଞ୍ଜି ଖଡିରତ୍ନରେ ତୁଳାମାସରେ ବାତ୍ୟା ହେବ ବୋଲି ଲେଖା ହୋଇଛି । ଅକ୍ଟୋବର ୧୭ରୁ ୨୩ ତାରିଖ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶା ଏକ ଭୟଙ୍କର ରୂପ ଦେଖିବ ବୋଲି ପାଞ୍ଜିରେ ସ୍ପଷ୍ଟ ଲିଖିତ ରହିଛି । ଗଣନା ଏବଂ ପାଞ୍ଜିରେ ଉଲ୍ଲେଖ ଥିବା ଭବିଷ୍ୟବାଣୀ ଆଜି ସତ ହେଉଛି ବୋଲି କୁହାଯାଉଛି । ପାଞ୍ଜିରେ କୁହାଯାଇଛି ଯେ, “ଆଶ୍ୱୀନ-କାର୍ତ୍ତିକ ମାସକୁ ରାଜ୍ୟର ଉପକୂଳ ଅଞ୍ଚଳରେ ଝଡ଼ବାତ୍ୟାର ସୂଚନା ରହୁଛି ।” ବର୍ତ୍ତମାନ କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ଭୟଙ୍କର ବାତ୍ୟା ‘ଦାନା’ର ସତର୍କବାଣୀ ଶୁଣାଇ ସାରିଛନ୍ତି ।

ଏହାପରେ ପାଞ୍ଜିରେ ଲେଖା ରହିଛି ଯେ, “ବୃଷ ମାସ ଦି୨୨ନ ଠାରୁ ଦି୨୫ନ ପର୍ଯ୍ୟନ୍ତ ବୃଷ ରାଶିରେ ଏବଂ ଚୈତ୍ର ମୀନ ମାସରେ ଦି୧୫ନ ଠାରୁ ଦି୧୭ନ ପର୍ଯ୍ୟନ୍ତ ଏବଂ ଦି୨୧ନ ଠାରୁ ବର୍ଷ ଶେଷ ପର୍ଯ୍ୟନ୍ତ ମୋଟ ୩ ଥର ପଞ୍ଚଗ୍ରକୂଟ ଓ ୧ ଥର ଷଡ଼ଗ୍ରକୂଟ ଥିବାରୁ ରାଜ୍ୟ ଏବଂ ଦେଶ ପାଇଁ ଅଶୁଭ ସଂକେତ ଅଟେ ।” ପାଞ୍ଜିର ଏହି ଭବିଷ୍ୟବାଣୀ ସାରା ରାଜ୍ୟକୁ ଭୟଭୀତ କରାଇ ଦେଇଛି । ରାଜ୍ୟରେ ଏହି ବାତ୍ୟାକୁ ୧୯୯୯ ମହାବାତ୍ୟା ଭଳି କୁହାଯାଉଥିବା ବେଳେ ଓଡ଼ିଶାରେ ଏହାର କିଭଳି ତାଣ୍ଡବ ରଚିବ, ତାହାକୁ ନେଇ ସାରା ରାଜ୍ୟବାସୀଙ୍କ ମନରେ ଛନକା ପଶିଛି ।

ଗ୍ରହ ନକ୍ଷତ୍ରଙ୍କ ଦଶା ଓ ବାୟୁମଣ୍ଡଳର ସ୍ଥିତି, ଜଳ ବିଷୁବ ସଂକ୍ରାନ୍ତି ଦାଢ ସଞ୍ଚାର ହେତୁ ପ୍ରବଳ ଜଳ ବୃଷ୍ଟି ନେଇ ପାଞ୍ଜିରେ ଗଣନା ହୋଇଥିଲା । ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କ , ଅସ୍ତରଙ୍ଗ, ଯାଜପୁର, ନୟାଗଡ, କାକଟପୁର, ନିଆଳି ପରି ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ଼ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ନଭେମ୍ବର ତା ୫ରୁ ତା ୯ ମଧ୍ୟରେ ଏବଂ ନଭେମ୍ବର ତା ୧୧ରୁ ତା ୧୫ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.