ଜେଲ ଭିତରୁ କଏଦୀଙ୍କ ଧମକ, ଜେଲ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ପୁଣି ଝାରପଡ଼ା ଜେଲକୁ ନେଇ ଚର୍ଚ୍ଚା । ଜେଲ ଭିତରୁ କଏଦୀ ଦେଉଛନ୍ତି ହତ୍ୟା ଧମକ । ଏହା ସହ ଦାଦାବଟି ମାଗୁଛନ୍ତି । ନଦେଲେ ଜୀବନରୁ ମାରିଦେବା ନେଇ ଏକ ଭିଡ଼ିଓରେ କହିଛନ୍ତି । ବିଚାରଧୀନ କଏଦୀଙ୍କ ଏଭଳି ଦାଦାଗିରି ଦେଖି ଲୋକେ ଛାନିଆ । ତେବେ ଏଭଳି ଖୋଲାଖୋଲି ଧମକକୁ ଡରି କିଛି ବ୍ୟବସାୟୀ ଟଙ୍କା ଦେଉଥିବା ବେଳେ ଆଉ କିଛି ଅନେକ ମିଡିଆ ସାମ୍ନାରେ ମୁହଁ ଖୋଲିବାକୁ ଡରୁଛନ୍ତି ।

ବର୍ତ୍ତମାନ ଏହି ଘଟଣା ପରେ ଝାରପଡ଼ା ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜେଲ ଭିତରେ ସ୍ମାର୍ଟ ଫୋନ୍ ଆସିଲା କେମିତି ? ଧମକପୂର୍ଣ୍ଣ ଭିଡିଓ କଲ୍ କିପରି କରାଗଲା ? କ୍ରାଇମ୍ ସିଣ୍ଡିକେଟ୍ ପଛର ମାଷ୍ଟର ମାଇଣ୍ଡ୍ କିଏ ? କାହିଁକି ବାରମ୍ବାର ତାଗିଦ ପରେ ମଧ୍ୟ ସୁଧୁରୁନି ଜେଲ ବ୍ୟବସ୍ଥା ? ଏହି ଭିଡିଓକୁ କେବେ ରେକର୍ଡ଼ କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

Get real time updates directly on you device, subscribe now.