ଜେଲର ମାଡାମଙ୍କ ଭିଡିଓ ଭାଇରାଲ, ଜେଲ ଭିତରେ ଯାହା କରୁଥିଲେ, ଜାଣିଲେ ହେବେ ଲଜ୍ଜିତ

ନୂଆଦିଲ୍ଲୀ: ଜଣେ ମହିଳା ଜେଲର ଏବେ ଟ୍ରେଣ୍ଡ କରୁଛନ୍ତି । ଜେଲର ଚାରି କାନ୍ଥ ଭିତରେ ଚଳାଇଥିବା କଳା କାରନାମା କରିଆସୁଥିଲେ । ଯେଉଁ କଏଦୀ ୁପରେ ଜେଲର ମାଡାମଙ୍କ ଦିଲ ଆସୁଥିଲା, ସେ କାମ, ଧନ୍ଦା ଭୁଲି ତାଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ । ମାଡାମଙ୍କ ଏହି କାରନାମା ବେସ ଫିଲ୍ମ ଷ୍ଟାଇଲରେ ଆସିଛି ସାମ୍ନାକୁ, ଯାହାକୁ ନେଇ ଏବେ ସେ ଚର୍ଚ୍ଚାରେ । ଏହି ଜେଲରଙ୍କ ନାଁ ଲିଣ୍ଡା ।

ବିବିସି ରିପୋର୍ଟ ମୁତାବକ, ମାମଲା କିଛି ସପ୍ତାହ ପୂର୍ବର । ଜେଲରେ ନିଯୁକ୍ତ ୩୦ ବର୍ଷୀୟା ସୁନ୍ଦରୀ ଜେଲର ଲିଣ୍ଡା ଦେ ସୌସା ଆବ୍ରିଉଙ୍କ ସେକ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ବିଭାଗୀୟ ଯାଞ୍ଜ ଆରମ୍ଭ ହୋଇଛି । ତଥାପି ଅଧିକାରିଣୀଙ୍କର କୌଣସି ପଶ୍ଚାତାପ ନାହିଁ ।

ଜେଲ ଭିତରେ ଯାଞ୍ଚ କରିବା ବେଳେ ସେଲ ଭିତରୁ ମୋବାଇଲ ଫୋନ ମିଳିଥିଲା । ଅଧିକାରିଣୀ ସବୁ ମର୍ଯ୍ୟାଦାକୁ ପାଦରେ ଦଳି କଏଦୀଙ୍କ ସହ ଖୋଲାଖୋଲି ସମ୍ବନ୍ଧ ସ୍ଥାପନ କରୁଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଖାଲି ଲଣ୍ଡନ ନୁହେଁ ପୁରା ଦେଶରେ ହଟଚମଟ ।ଏବେ ଘଟଣା କୋର୍ଟରେ ପହଞ୍ଚିବା ପରେ ଜେଲର ଭାବେ ନେଇଥିବା ଶପଥର ଖୋଲା ଉଲ୍ଳଙ୍ଘନ କରିଥିବା ଅଭିଯୋଗ ହୋଇଛି ।

ଧୀରେ ଧୀରେ ଜେଲର ମାଡାମଙ୍କ ବ୍ୟକ୍ତିଗତ ଜୀବନ ସାମ୍ନାକୁ ଆସୁଛି . ମାଡାମ ଥିଲେ ପାର୍ଟି ଲଭର । ଡ୍ୟୁଟି ପରେ ସେ ମର୍ଡନ ଡ୍ରେସ ପିନ୍ଧି ପାର୍ଟିର ଜାନ ହେଉଥିଲେ । ତେବେ ମାମଲାର ଓକିଲ କହିଛନ୍ତି, ଲିଣ୍ଡା ଜେଲ ଭିତରେ କଏଦୀଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରୁଥିବାର ଭିଡିଓ କେହି ଜଣେ ରେକର୍ଡ କରିଥିଲେ । ଏବେ ସେହି ଭିଡିଓ ଲିଣ୍ଡାଙ୍କ ପାଇଁ ଫାଶି ହୋଇଛି ।

ଏଠାରେ କହି ରଖୁ କି, ପଶ୍ଚିମ ଦେଶ, ଯେମିତି କି, ଆମେରିକା, ୟୁରୋପରେ ବହୁ ଲୋକ ମାତ୍ରାଧିକ ଖୋଲା ମାନସିକତାର ହୋଇଥାନ୍ତି । ସେମାନେ ଇଛା ମୁତାବକ ବ୍ୟଭିଚାରିତାରେ ଲିପ୍ତ ରହିଥାନ୍ତି । କିନ୍ତୁ ଡ୍ୟୁଟି ସମୟରେ ପେସାକୁ କଳଙ୍କିତ କରିବାକୁ ଏକ ବଡ ଅପରାଧ ଭାବେ ଗ୍ରହଣ କରାଯାଏ । ଯାହାର ଶାସ୍ତି ଲିଣଅଡା ଭୋଗିବାକୁ ଯାଉଛନ୍ତି । ମାମଲାରେ ତାଙ୍କୁ ୭ ମାସର ଜେଲ ହେବା ସମ୍ଭାବନା ରହିଛି ।

Get real time updates directly on you device, subscribe now.