ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠି ଏବଂ କେତେବେଳେ ଘଟିଲା ଏହି ଅଘଟଣ

ନୂଆଦିଲ୍ଲୀ: ସକାଳୁ ସକାଳୁ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଗୋଟିଏ ଦୁର୍ଘଟଣାରେ ୫ଜଣଙ୍କ ପ୍ରାଣହାନି ଘଟିବା ବେଳେ ଅନ୍ୟ ଦୁର୍ଘଟଣାରେ ୩ ଜଣ ଲୋକେ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ କ୍ୟାଣ୍ଟର ଅଣାୟତ୍ତ ହୋଇ ରାସ୍ତା କଡରେ କାରର ଚକା ବଦଳାଉଥିବା ପିଲା ଉପରେ ମାଡିଯାଇଥିଲା। ଏହି ଦୁର୍ଘଟଣାରେ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ରାଜସ୍ଥାନର ସିରୋହରେ ଜାତୀୟ ରାଜପଥରେ ଏକ କାରର ବାଲାନ୍ସ ଫେଲ ହୋଇଯାଇଥିବାରୁ ନାଳରେ ଗଡିପଡିଥିଲା। ଦୁର୍ଘଟଣାରେ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କ୍ଷତିଗ୍ରସ୍ତ ଯାନାବାହନକୁ କବଜା ସହ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପରିବାରକୁ ମଧ୍ୟ ଜଣାଇଦିଆଯାଇଛି।