ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା, କହିଲେ-‘ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି’

ଭୁବନେଶ୍ୱର: ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ସୂଚନା । ଲ୍ୟାଣ୍ଡଫଲ ପରେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରିଷ୍ଠ ନେତା ଓ ଅଧିକାରୀମାନଙ୍କ ସହ ବାତ୍ୟା ଦାନାକୁ ନେଇ ସମୀକ୍ଷା କରିଥିଲେ । ବର୍ତ୍ତମାନ ସେ ପ୍ରେସମିଟରେ ଏନେଇ ସୂଚନା ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଦିନ ୧ଟା ସୁଦ୍ଧା ରାସ୍ତାରୁ ଗଛ ହଟାଇ ଦିଆଯିବ । ଉଦ୍ଧାର କାର୍ଯ୍ୟ ଜୋରଦାରରେ ଚାଲିଛି ।

ସେ ଆହୁରି କହିଛନ୍ତି ଯେ, ସଂଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବ । ପ୍ରଭାବିତ ଅଞ୍ଚଳ ବିଦ୍ୟୁତ ସେବା ସ୍ୱାଭାବିକ ହେବ । ଆଗୁଆ ପଦକ୍ଷେପ ଯୋଗୁଁ କୌଣସି ଜୀବନହାନୀ ହୋଇନି । ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱରରେ ବିମାନସେବା ସ୍ୱାଭାବିକ ହୋଇଛି । ଏଥିସହ ଟେଲିଫୋନ ସେବା ସ୍ୱାଭାବିକ ଅଛି । ଟିମୱାର୍କ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ବିଶେଷ କ୍ଷତି ହୋଇନି । ସ୍ୱାସ୍ଥ୍ୟସେବା ସ୍ୱାଭାବିକ ଭାବେ ଚାଲିଛି ।