(Video): ଟ୍ରେନର ବିପରିତ ଦିଗରେ ଓହ୍ଲାଉଥିଲେ ଯୁବକ, ଧାଇଁ ଆସିଲେ ପ୍ଲାଟଫର୍ମ ଯାତ୍ରୀ, ଆଉ ତା’ ପରେ…

ମୁମ୍ବାଇ: ଭାରତରେ ଅଧିକାଂଶ ବ୍ୟକ୍ତ ଟ୍ରେନରେ ଯାତ୍ରା କରିଥାନ୍ତି । ବିଶେଷ କରି ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ସହରରେ ଲୋକମାନେ ଅଧିକାଂଶ ଲୋକାଲ ଟେନର ସାହାରା ନେଇଥାନ୍ତି । ଏହା ସମୟ ସଞ୍ଚୟ କରିବା ସହ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ଦେଇଥାଏ । କିନ୍ତୁ ଭିଡ଼ ସମୟରେ ଅନେକ ବ୍ୟକ୍ତି ତରବରିଆ ଭାବରେ ଚଢ଼ାଥାନ୍ତି ଓ ଓହ୍ଲାଇଥାନ୍ତି । ଫଳରେ ଅସାବଧାନତା ଯୋଗୁଁ କିଛି ବ୍ୟକ୍ତି ଦୁର୍ଘଟଣାର ଶିକାର ହୋଇଥାନ୍ତି । ସୋମାନେ ସବୁକିଛି ଜାଣି ବି ନିଜ ଜୀବନ ବିପଦରେ ପକାଇଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଓଠିବ ।

suraj_patel_jj ନାମକ ଜଣେ ୟୁଜର ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନରୁ ଓହ୍ଲାଇବା ସମୟରେ ଅଳ୍ପକେ ବର୍ତ୍ତି ଯାଇଥିବା ଦର୍ଶାଯାଇଛିି । ବାସ୍ତବରେ ନୂଆ ନୂଆ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଜଣାନଥାଏ କି ପ୍ଲାଟଫର୍ମରେ ଟ୍ରେନର ଗତି ହ୍ରାସ ହେଲେ କିପରି ଭାବରେ ଓହ୍ଲାଇବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ସେମାନେ କିଛି ନଜାଣି ଓହ୍ଲାଇବାକୁ ଚେଷ୍ଟା କରିଥାନ୍ତି ଏବଂ ଦୁର୍ଘଟଣାର ଶିକାର ହୋଇଥାନ୍ତି । ତେବେ ଏହି ଭିଡିଓରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଚଳନ୍ତି ଟ୍ରେନର ବିପରିତ ଦିଗରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ପଡ଼ିଯାଇଥିଲେ । ଏହା ଦେଖି ପ୍ଲାଟଫର୍ମରେ ଥିବା ବ୍ୟକ୍ତି ତାଙ୍କୁ ଟ୍ରେନରୁ ଦୂରକୁ ଟାଣି ଆଣିଥିଲେ । ଟ୍ରେନ୍ ଯିବା ପରେ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଥିଲା । ଏହି ଭିଡିଓକୁ ୩ କୋଟିରୁ ଉର୍ଦ୍ଧ୍ୱ ଲୋକମାନେ ଦେଖିଥିବା ବେଳେ ପ୍ରାୟ ୭ ଲକ୍ଷ ଲାଇକ୍ ମିଳିଛି । ଏହା ସହ ଅନେକ ୟୁଜର କମେଣ୍ଟ ମଧ୍ୟ କରିଛନ୍ତି । ତେବେ ଟ୍ରେନରୁ ଓହ୍ଲାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଏହା ବ୍ୟତୀତ ଟ୍ରେନ୍ ରହିବା ପରେ ସୁରକ୍ଷିତ ଭାବେ ଓହ୍ଲାନ୍ତୁ । ତରବରିଆରେ ନିଜ ଜୀବନ ପ୍ରତି ବିପଦକୁ ଆମନ୍ତ୍ରଣ କରନ୍ତୁ ନାହିଁ ।

 

View this post on Instagram

 

A post shared by Patel Suraj (@suraj_patel_jj)