ଓଡ଼ିଶା ଭାସ୍କର: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(UIDAI)ରେ ନିଯୁକ୍ତି ସୁଯୋଗ । UIDAI ଏହାର ହାଇଦ୍ରାବାଦ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଡେପୁଟି ଡାଇରେକ୍ଟର ଏବଂ ସିନିୟର ଆକାଉଣ୍ଟାଣ୍ଟ ଅଫିସର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଇଚ୍ଛୁକ ପ୍ରାର୍ଥୀ UIDAIର ଅଫିସିଆଲ ୱେବସାଇଟ୍ uidai.gov.inକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀ ଜଣଙ୍କ ୨୪ ଡିସେମ୍ବର ଭିତରେ ଆବେଦନ କରିପାରିବେ ।
ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆୟୁ ସୀମା
UIDAIର ଡେପୁଟି ଡାଇରେକ୍ଟର ଏବଂ ସିନିୟର ଆକାଉଣ୍ଟାଣ୍ଟ ଅଫିସର ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୫୬ ବର୍ଷରୁ ଅଧିକ ହୋଇନଥିବ । ପ୍ରାର୍ଥୀ ଜଣଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ, କଷ୍ଟ୍ ଆକାଉଣ୍ଟାଣ୍ଟ, ଏମବିଏ(ଫାଇନାନ୍ସ) କରିଥିବେ । କିମ୍ବା ଷ୍ଟାଟିଷ୍ଟିକାଲ ଆନାଲାଇସିସ୍ ସିଷ୍ଟମ(SAS)/ସମକକ୍ଷ ପରୀକ୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହା ସହ ୫ ବର୍ଷ ସରକାରୀ ଚାକିରିର ଅଭିଜ୍ଞତା ଥିବା ଜରୁରୀ ।
କେତେ ମିଳିବ ଦରମା
ଡେପୁଟି ଡାଇରେକ୍ଟର: ମାସିକ ଦରମା ୬୭, ୭୦୦ ଟଙ୍କାରୁ ୨, ୦୮, ୭୦୦ ଟଙ୍କା(level- 11, ୭ମ ବେତନ ଆୟୋଗ ଅନୁଯାୟୀ) ମିଳିବ ।
ସିନିୟର ଆକାଉଣ୍ଟାଣ୍ଟ ଅଫିସର: ମାସିକ ଦରମା ୫୬. ୧୦୦ ଟଙ୍କାରୁ ୧, ୭୭, ୫୦୦ ଟଙ୍କା(level- 10, ୭ମ ବେତନ ଆୟୋଗ ଅନୁଯାୟୀ) ମିଳିବ ।
କିପରି କରିବେ ଆବେଦନ
ଇଚ୍ଛୁକ ପ୍ରାର୍ଥୀ UIDAIର ଅଫିସିଆଲ ୱେବସାଇଟ୍ uidai.gov.inକୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରିପାରିବେ । ଏହା ପରେ ସମ୍ପୂର୍ଣ୍ଣ ଫର୍ମ ପୁରଣ କରି ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ନିମ୍ନଲିଖିତ ଠିକଣାରେ ପଠାଇବାକୁ ପଡ଼ିବ ।
ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ(UIDAI),
ଆଞ୍ଚଳିକ କାର୍ଯ୍ୟାଳୟ, ୬ଷ୍ଠ ମହଲା, ଇଷ୍ଟ ବ୍ଲକ୍,
ସ୍ୱର୍ଣ୍ଣ ଜୟନ୍ତୀ କମ୍ପେ୍ଲକ୍ସ, ମୈତ୍ରିଭନମ ନିକଟ,
ଅମୀରପେଟ, ହାଇଦ୍ରାବାଦ-୫୦୦୦୩୮