ସୀମା ଟପିଲେ ଲକ୍ଷ୍ମୀ ବସ୍ ଡ୍ରାଇଭର ଓ କଣ୍ଡକ୍ଟର, ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ମହିଳା

ରାଜନଗର: ନିକଟରେ ମୋ ବସକୁ ନେଇ ଅନେକ ଦୁର୍ଘଟଣା ଜନିତ ଖବର ସାମ୍ନାକୁ ଅସୁଥିବାର ନଜିର ରହିଛି । ଏଥିମଧ୍ୟରେ ଲକ୍ଷ୍ମୀ ବସକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ସୀମା ଟପିଛନ୍ତି ସରକାରୀ ବସରେ କାର୍ଯ୍ୟରତ କର୍ମଚାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ।

ସୂଚାନରୁ ପ୍ରକାଶ ରାଜନଗର ବ୍ଲକ ଜରିମୂଳ ଗାଁର ରୋଜିତା ଦାସ ଲକ୍ଷ୍ମୀ ବସର କର୍ମଚାରୀଙ୍କ ନାଁରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ରବିବାର ରାଜନଗର କଣି ଛକ ନିକଟରେ ତାଙ୍କ ଗାଡ଼ି ସହ ବସ ର ଧକା ହୋଇଥିଲା । ଅର୍ଥାତ ଲକ୍ଷ୍ମୀ ବସର ଡ୍ରାଇଭର ସାଇଡ୍ ମାରିଥିଲେ । ଏହାପରେ ସେ ସେଠାରେ ପହଂଚି ବୁଝାସୁଝା କରିବାକୁ ଉଦ୍ୟମ କରୁଥିଲେ । ମାତ୍ର ନିଶାରେ ଚୁର ଥିବା ଡ୍ରାଇଭର ଓ କଣ୍ଡକ୍ଟର ତାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଉଭୟ ଡ୍ରାଇଭର ଓ କଣ୍ଡକ୍ଟରକୁ ବିରୋଧ କରିଥିଲେ । ଏହା ପରେ ରୋଜିତା ଓ ତାଙ୍କ ସ୍ୱାମୀ ସେଠାରୁ ଆସି ନ୍ୟାୟ ପାଇଁ ଥାନର ଦ୍ୱାରସ୍ଥ ହୋଇଥିଲେ । ତେବେ ଦେଖିବାକୁ ବାକି ରହିଲା ପୋଲିସ ଏହି ପୀଡିତ ମହିଳାଙ୍କୁ ନ୍ୟାୟ ଦେବାରେ କେତେ ଦୂର ସଫଳ ହେଉଛି ।