ଆଣ୍ଡ୍ରଏଡ୍ ୟୁଜର୍ସ ସାବଧାନ! ଆପଣଙ୍କ ବ୍ୟାଙ୍କିଙ୍ଗ କଲକୁ ଟ୍ରେସ୍ କରୁଛନ୍ତି ଲୁଟେରା, ଫୋନରେ ପଶିଛି ଏହି ବିପଜ୍ଜନକ ମାଲୱେର୍
ନୂଆଦିଲ୍ଲୀ: ଯଦି ଆପଣ ଜଣେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଏବଂ ନୂଆ ନୂଆ ଆପ୍ ଡାଉନଲୋଡ କରୁଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ସତର୍କ ହେବା ଆବଶ୍ୟକ । ବାସ୍ତବରେ ଏକ ବିପଜ୍ଜନକ ମାଲୱେର୍ ବିଷୟରେ ସୂଚନା ସାମ୍ନାକୁ ଆସିଛି । ଏହି ମାଲୱେର୍ ବ୍ୟବହାରକାରୀଙ୍କ ବ୍ୟାଙ୍କରୁ ଆସୁଥିବା କଲକୁ ସିଧାସଳଖ ସ୍କାମରଙ୍କ ନିକଟକୁ ରିଡାଏରେକ୍ଟ କରିଥାଏ ।
ଏହା କୁହାଯାଉଛି ଯେ ଏହି ମାଲୱେୟାରର ନାମ ଫେକକଲ୍ ଏବଂ ୨୦୨୨ ମସିହାରେ କାସପର୍ସ୍କି ପ୍ରଥମେ ଏହି ସୂଚନା ଦେଇଥିଲେ । ବର୍ତ୍ତମାନ ଏହାର ନୂତନ ସଂସ୍କରଣ ବ୍ୟବହାରକାରୀଙ୍କୁ କ୍ଷତି ପହଞ୍ଚାଉଛି ।
ଫେକକଲ୍ ମାଲୱେର୍ ବହୁତ ବିପଜ୍ଜନକ :-
ନିକଟରେ ଫେକକଲ୍ ମାଲୱେର୍ ଅପଡେଟ୍ ହୋଇଛି । ଏହାର ନୂତନ ସଂସ୍କରଣ ସହିତ ଜଡିତ ରିପୋର୍ଟଗୁଡିକ ସୂଚିତ କରେ ଯେ, ଏହା ମାଧ୍ୟମରେ ଆକ୍ରମଣକାରୀମାନେ ଦୂରରୁ କାହାର ଫୋନକୁ ଓଭରଟେକ୍ କରିପାରିବେ । ଏହି ବିପଜ୍ଜନକ ମାଲୱେୟାର ସମ୍ବନ୍ଧୀୟ ସୂଚନା ଜିମ୍ପେରିୟମ୍ ନାମକ ଏକ ସୁରକ୍ଷା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଛି ଏବଂ କୁହାଯାଇଛି ଯେ ଏହି ମାଲୱେୟାର ‘ଭିସିଂ’ ବ୍ୟବହାର କରୁଛି, ଯାହା ଭଏସ୍ ଫିସିଙ୍ଗର ସଂକ୍ଷିପ୍ତ ରୂପ । ଏହି କାରଣରୁ ଉପଭୋକ୍ତାମାନେ ଫେକ୍ କଲ୍ କିମ୍ବା ଭଏସ୍ ମେସେଜ୍ ପଠାଇ ଫାଶରେ ପଡୁଛନ୍ତି ।