ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଭାରତର ଅଶୋଧିତ ତୈଳ ଆମଦାନୀ ସବୁଠୁ ତଳକୁ ଖସି ଯାଇଛି, ଯାହା ବିଗତ ୧୩ ମାସରେ ସବୁଠାରୁ କମ ହିଛି । ପଶ୍ଚିମ ଏସିଆରେ ରାଜନୈତିକ ସଂକଟ ପାଇଁ ଆନ୍ତର୍ଜାତିକ ତୈଳ ଦରରେ ଅସ୍ଥିରତାକୁ ନେଇ ଏହି ସଙ୍କଟ ଦେଖା ଦେଇଛି । ପରିଣାମ ସ୍ୱରୂପ ୫ ବଡ ତୈଳ ଯୋଗାଣକାରୀ ଦେଶ, ରୁଷ, ଇରାକ, ସାଉଦୀ ଆରବ, ୟୁଏଇ ଓ ଆମେରିକାରୁ ତୈଳ ଆମଦାନୀରେ ହ୍ରାସ ଘଟୁଛି । ଏହାର ପ୍ରମାଣ ଜାହାଜ ଟ୍ରାକିଂ ଡାଟାରୁ ସ୍ପଷ୍ଟ ହେଉଛି ।
ଇଣ୍ଟରନାସନାଲ ଗୁଡ ମାର୍କେଟ ଆନାଲିକ ଫାର୍ମ କେପଲର ଅସ୍ଥାୟୀ ବୁଡା ଜାହାଜ ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଭାରତୀୟ ରିଫାଇନାରୀ କମ୍ପାନୀ ମୋଟ ୪.୩ ମିନିୟନ ବାରେଲ ପ୍ରତି ଦିନ(ବିପିଡି) ତୈଳ ଆମଦାନୀ କରୁଛନ୍ତି, ଯାହା ଆଗ ତୁଳନାରେ ୭.୬ ପ୍ରତିଶତ କମ ରହିଛି । ତେବେ ଇଣ୍ଡଷ୍ଟ୍ରିଆଲ ଏକ୍ସପର୍ଟଙ୍କ ବିଶ୍ୱାସ, ଅନ୍ତର୍ଜାତୀୟ ବଜାରରେ ଥିବା ଅସ୍ଥିରତା ଭିତରେ ନଭେମ୍ବରେ ତୈଳ ଆମଦାନୀ ପୁଣି ବଢିବ, ଏଥିପାଇଁ ଭାରତୀୟ ତୈଳ ସଂସ୍ଥାମାନଙ୍କର ହେଭି ଡିମାଣ୍ଡ ରହିଛି ।
ଭାରତର ଅଶୋଧିତ ତୈଳ ରପ୍ତାନୀକାରୀ ଦେଶ ମଧ୍ୟରେ ଆଗରେ ରୁଷ ରହିଛି । ତେବେ ରୁଷଠାରୁ ହେଉଥିବା ଆମଦାନୀରେ ୯.୨ ପ୍ରତିଶତ ହ୍ରାସ ହୋଇ ଏହା ୧.୭୩ ମିଲିୟନ ବିପିଡିରେ ପହଞ୍ଚିଛି, ଯାହା ଅକ୍ଟୋବରରେ ଭାରତ ଆମଦାନୀ କରିଥିବା ମୋଟ ତୈଳର ୪୦ ପ୍ରତିଶତ । ରିଫାଇନାରୀ ମେଣ୍ଟେନାନ୍ସ ସିଜିନ ଓ ତେଲ ବଜାରରେ ଅସ୍ଥିରତା ଏହାର ମୁଖ୍ୟ କାରଣ ହୋଇଛି । ଏହା ବ୍ୟତୀତ ଚୀନକୁ ତୈଳ ରପ୍ତାନୀ ପାଇଁ ରୁଷର ଚୁକ୍ତି ପାଇଁ ମସ୍କୋରୁ ତୈଳ ଆମଦାନୀ ହ୍ରାସ ପାଇଛି ।
ଇରାକ ଓ ସାଉଦୀ ଆରବରୁ ଆମଦାନୀ ହେଉଥିବା ତୈଳ ମଧ୍ୟ ୩.୩ ପ୍ରତିଶତ କମି ୦.୮୪ ମିଲିୟନ ଓ ୧୦.୯ ପ୍ରତିଶତ କମି ୦.୬୫ ମିଲିୟନ ବିପିଡି ହେଉଛି । ବୁଡା ଜାହାଜଙ୍କ ଆନ୍ଦୋଳନ ପାଇଁ ଏପରି ହୋଇଛି । ତେବେ ଆଗାମୀ ଦିନରେ ତୈଳ ଆମଦାନୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେହିପରି ୟୁକ୍ରେନ ଯୁଦ୍ଧ ଆଗରୁ ଭାରତ ଅଧିକ ଅଶୋଧିତ ତୈଳ ଇରାକ ଓ ସାଉଦୀ ଆରବଠାରୁ ଆମଦାନୀ କରୁଥିଲା । କିନ୍ତୁ ୨୦୨୨ ଫେବୃଆରୀ ପରଠାରୁ ରୁଷ ଶକ୍ତି ରପ୍ତାନୀ ହ୍ରାସ ପାଇଛି । ତେଣୁ ରୁଷ ନିଜ ତୈଳ ଉପରେ ରିହାତି ଦେବା ଆରମ୍ଭ କରିଛି ତଥା ଭାରତ ଏହି ରିହାତି ତୈଳ କିଣିବାଆରମ୍ଭ କରିଛି ।
ଭାରତ ବର୍ତ୍ତମାନ ୮୫ ପ୍ରତିଶତରୁ ଅଧିକ ଆମଦାନୀ କରୁଛି । ଭାରତ ତୈଳ ଦର ନିୟନ୍ତ୍ରିତ ରଖିବା ପ୍ରତି ମଧ୍ୟ ସମ୍ବେଦନଶୀର ରହିଛି । ତେବେ ବିଶେଷଜ୍ଞଙ୍କ ମୁତାବକ, ସମୟ କ୍ରମେ ରୁଷର ରିହାତି ଧୀରେ ଧୀରେ କମ ହେଉଛି । ତଥାପି ଭାରତ ରିଫାଇନାରୀ ସଂସ୍ଥା ରୁଷଠାରୁ ହିଁ ତୈଳ କିଣିବାକୁ ଇଛା ପ୍ରକାଶ କରୁଚନ୍ତି । କାରଣ ଆମଦାନୀର ମାତ୍ରାକୁ ଦେଖି ରିହାତି ହ୍ରାସ ଫରକ ପକାଉନି ।