ଅବିବାହିତ ବ୍ୟକ୍ତିଙ୍କୁ କାହିଁକି ଡିପ୍ରେସନର ଆଶଙ୍କା ଅଧିକ, ରିସର୍ଚ୍ଚରୁ ଖୁଲାସା

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟକ୍ତି ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ନେଇ ଚାପଗ୍ରସ୍ତ ରହୁଛି । ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଓ ଅନିଦ୍ରତା ସମସ୍ୟା ବ୍ୟକ୍ତିଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏକ ଅଧ୍ୟୟନରୁ ପ୍ରକାଶ କି ବିବାହିତ ବ୍ୟକ୍ତିଙ୍କ ତୁଳନାରେ ଅବିବାହିତ ବ୍ୟକ୍ତି ଅଧିକ ଚାପ ଓ ଅବସାଦର ଶିକାର ହୋଇଥାନ୍ତି । ଅପରପକ୍ଷରେ ବିବାହିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଜୀବନସାଥୀର ସହଯୋଗ ଏବଂ ପାର୍ଟନର ସହ ସମସ୍ୟା ଶେୟାର କରିବା ଇତ୍ୟାଦି ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କକୁ ମଜବୁତ କରିଥାଏ ।

କହିରଖୁଛୁ ଏହି ଅଧ୍ୟୟନରେ ବିଭିନ୍ନ ଆୟୁ ବର୍ଗଙ୍କୁ ସାମିଲ କରାଯିବା ସହ ସେମାନଙ୍କ ମାନସିକ ସ୍ଥିତିର ବିଶ୍ଲେଷଣ କରାଯାଇଥିଲା । ଅଧ୍ୟୟନର ଫଳାଫଳରୁ ପ୍ରକାଶ କି ବିବାହିତ ବ୍ୟକ୍ତି ଯେଉଁମାନେ ନିଜ ସମ୍ପର୍କରେ ଖୁସି ଅଛନ୍ତି ସେମାନଙ୍କ ଠାରେ ଚାପ ଓ ଅବସାଦର କମ୍ ଶିକାର ହୋଇଥାନ୍ତି । ସେହିପରି ଅବିବାହିତ ଲୋକଙ୍କ ଠାରେ ଚାପ ଓ ଅବସାଦ ସ୍ତର ଅପେକ୍ଷାକୃତ ଅଧିକ ରହିଥାଏ । ବିବାହ କେବଳ ସାମାଜିକ ବନ୍ଧନ ନୁହେଁ ବରଂ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଇମୋସନାଲ ସପୋର୍ଟ କରିଥାନ୍ତି । ବୈବାହିକ ଜୀବନରେ ପରିବାର ଏବଂ ସନ୍ତାନ ସୁଖ ଦ୍ୱାରା ବ୍ୟକ୍ତିର ମାନସିକ ସ୍ଥିତି ଉତ୍ତମ ରହିଥାଏ ।

ଚାପ ଓ ଅବସାଦରୁ ଦୂରେଇ ରହିବା ପାଇଁ ଅବିବାହିତ ବ୍ୟକ୍ତି କ’ଣ କରିବେ ?

ଅବିବାହିତ ବ୍ୟକକ୍ତିଙ୍କୁ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ଅଟେ । ଅଧିକ ଚିନ୍ତାଗ୍ରସ୍ତ ରହିଲେ ହର୍ମୋନାଲ ଅସନ୍ତୁଳନ, ଋତୁସ୍ରାବ, ଗର୍ଭଧାରଣ, ବନ୍ଧ୍ୟାକରଣ, ମେନୋପଜ୍ ଭଳି ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ସେମାନଙ୍କୁ ସାମାଜିକ ନେଟୱାର୍କକୁ ମଜବୁତ କରିବାକୁ ପଡ଼ିବ । ସାଙ୍ଗସାଥି ଏବଂ ପରିବାର ବର୍ଗଙ୍କ ସହ ଅଧିକ ସମୟ ବିତାନ୍ତୁ । ସେମାନଙ୍କ ସହ ଫିଲ୍ମ, ପାର୍ଟି, ପିକନିକ୍‌, ଶପିଂ ଇତ୍ୟାଦି ଯାଇପାରିବେ । ଏହା ବ୍ୟତୀତ ଆପଣ କୌଣସିି ରୁଚି ଯେପରି ଗୀତ, ନାଚ, ଗାର୍ଡ଼େନିଂ, ରୋଷେଇ, କବିତା/ଗପ ଲେଖିବା ଇତ୍ୟାଦି ଆପଣାଇପାରିବେ । ଦୈନନ୍ଦିନ ଯୋଗ, ବ୍ୟାୟାମ, ମେଡିଟେସନ୍ ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ ।