ପୁରୀ: ଆସନ୍ତାକାଲି ଅର୍ଥାତ ଶନିବାରଠାରୁ ଶ୍ରୀମନ୍ଦିରକୁ ୪ ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ୪ ଦ୍ୱାର ଦେଇ ପ୍ରବେଶ କରିପାରିବେ ସାଧାରଣ ଦର୍ଶନାର୍ଥୀ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି। ସୂଚନାନୁଯାୟୀ, ଶ୍ରୀମନ୍ଦିରକୁ ଏହି ୪ ଦ୍ୱାର ଦେଇ ପ୍ରବେଶ କରିପାରିବେ, କିନ୍ତୁ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ସିଂହଦ୍ୱାର ଦେଇ ସଧାରଣ ଶ୍ରଦ୍ଧାଳୁଙ୍କ ପ୍ରସ୍ଥାନ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ସେବକ ଏବଂ ତାଙ୍କ ପରିବାରର ସଦସ୍ୟ ୪ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।