ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଲାଲ ବଲିଉଡ୍ ଫିଲ୍ମ ‘ଦ ସାବରମତୀରିପୋର୍ଟ’କୁ ରାଜ୍ୟରେ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି । ଫିଲ୍ମର କାହାଣୀ ୨୦୦୨ ଗୋଧରା ଟ୍ରେନ୍ ପୋଡ଼ି ଉପରେ ଆଧାରିତ । ଭୋପାଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ । ଫିଲ୍ମର କାହାଣୀ ସତ ଘଟଣାକୁ ନେଇ ତିଆରି କରାଯାଇଥିବାବେଳେ ରାଜ୍ୟ ମନ୍ତ୍ରୀ ଓ ସାଂସଦମାନେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଅତୀତର କଳା ଅଧ୍ୟାୟ ସମ୍ପର୍କରେ ପ୍ରତ୍ୟେକ ଲୋକ ଜାଣିବା ଆବଶ୍ୟକ, ସେଥିପାଇଁ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଥିବା ସେ ଗଣମାଧ୍ୟମଙ୍କୁ କହିଛନ୍ତି ।
ଏହାପୂର୍ବରୁ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ପ୍ରଶଂସା କରିସାରିଛନ୍ତି । ଏଥିସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବିକ୍ରାନ୍ତ ମେସିଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ରିଲିଜ୍ ପରଠାରୁ ଏପର୍ଯ୍ୟନ୍ତ ଦେଶବ୍ୟାପୀ ‘ଦ ସାବରମତୀ ରିପୋର୍ଟ’ ୮ କୋଟି ଟଙ୍କାର ବ୍ୟବସାୟ କରିଛି । ପ୍ରଥମ ଦିନରେ ଫିଲ୍ମଟି ୧.୨୯ କୋଟି ଟଙ୍କା ଆୟ କରିଥିଲା । ବିକ୍ରାନ୍ତଙ୍କ ଅଭିନୀତ ଫିଲ୍ମ ଭିତରୁ ଏକତା କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅଧିକ ଆୟ କରିଛି ।