OSCSEWAର ସାଧାରଣ ବୈଠକ ଅନୁଷ୍ଠିତ, ଦାବି ପୂରଣ କରିବା ନେଇ ପ୍ରତିଶ୍ରୁତି ଦେଲେ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସିଭିଲ ସପ୍ଲାଏ କର୍ମଚାରୀ କଲ୍ୟାଣ ସଂଗଠନ (Odisha State Civil Supplies Employees Welfare Assocation) ତରଫରୁ ୟୁନିଟ- ୧ ସ୍ଥିତ କସ୍ତୁରବା ନାରୀ ମହଲ ଠାରେ ସାଧାରଣ ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ବୈଠକରେ ସଂଗଠନ ତରଫରୁ ବିଭିନ୍ନ ଦାବି ପତ୍ର ପ୍ରଦାନ କରାଯାଇଥିଲା ଯଥା  ପ୍ରକ୍ୟୁରମେଣ୍ଟ ଇନ୍ସପେକ୍ଟର ପାଇଁ ପ୍ରମୋସନାଲ କ୍ୟାଡର ଗଠନ , ୧୦ ବର୍ଷ ପରେ କର୍ପୋରେସନ୍ ନିୟମିତ କର୍ମଚାରୀଙ୍କ ପାଇଁ MACP, ରାଜ୍ୟ ସରକାରୀ କର୍ମଚାରୀଙ୍କ ଭଳି DA  ଏବଂ  ଅବସର ପରେ ପେନସନ୍ ସ୍କିମ୍ କାର୍ଯ୍ୟକାରିତା । ଉକ୍ତ ସଂଗଠନର ଦାବି ଯଥାର୍ଥ ଏବଂ ଏହାର ବିଚାର ବିମର୍ଶ କରି ଅତି ଶୀଘ୍ର ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପାତ୍ର ।