ସୋନପୁର ବେଳାଭୂମିରେ ଲାଗିଲା ଅସୁସ୍ଥ ସାର୍କ; ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ

ଗଞ୍ଜାମ: (ଓଡ଼ିଶା ଭାସ୍କର) ଚିକିଟି ସୋନପୁର ବେଳାଭୂମିରେ ବିରାଟକାୟ ସାର୍କ । ଆହତ ଅବସ୍ଥାରେ ସମୁଦ୍ର ବେଳାଭୂମିରେ ଲାଗିଛ । ଆହତ ସାର୍କକୁ ଉଦ୍ଧାର ପାଇଁ ବନ ବିଭାଗ ଟିମ୍‌ର ଉଦ୍ୟମ । ଏତେ ବଡ଼ ସାର୍କକୁ ଦେଖିବାକୁ ଲୋକଙ୍କ ଭିଡ଼ । ଗଭୀର ସମୁଦ୍ରରେ ରହୁଥିବା ସାର୍କ, କୂଳରେ ଲାଗିଥିବାରୁ ଦେଖିବାକୁ ସାଧାରଣ ଲୋକଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । କେଉଁ ଭଳି ଭାବେ ଆହତ ସାର୍କକୁ ଉଦ୍ଧାର କରିହେବ ଏବଂ ତାହାର ଚିକିତ୍ସା କରିହେବ ସେ ନେଇ ବନ ବିଭାଗ ପ୍ରୟାସ ଜାରି ରଖିଛି ।