ନୂଆଦିଲ୍ଲୀ– ପରିବେଶବିତ ବଜାଇଲେଣି ସତର୍କ ଘଣ୍ଟି । ଆମ ଭବିଷ୍ୟତପିଢିଙ୍କୁ ଜଳବାୟୁ ପରିବର୍ତ୍ତନ, ଜନସଂଖ୍ୟା ବୃଦ୍ଧି ଓ ବୈଷୟିକ ଜ୍ଞାନକୌଶଳର କୁପରିଣାମ ଆଗାମୀ ଦିନରେ ଭୋଗିବାକୁ ପଡିବ । ୟୁନିସେଫର ସଦ୍ୟତମ ରିପୋର୍ଟ ମୁତାବକ, ସମୟ ଥାଇ ପରିବେଶ ସହ ଖେଳ ଖେଳିବା ବନ୍ଦ ନ କଲେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ । ୟୁନିସେଫ ଆକ୍ଜିକ୍ୟୁଟିଭ ଡିରେକ୍ଟର କୈଥରିନ ରସେଲ ଚେତାଇ ଦେଇଛନ୍ତି କି, ଆଗାମୀ ଦିନରେ ଆମ ପିଲାମାନଙ୍କୁ ବହୁ ଗମ୍ଭୀର ସ୍ଥିତିର ସାମ୍ନା କରିବାକୁ ହେବ । ବିଶେଷକରି ଝିଅଙ୍କୁ ଅଧିକ ବିପଦ ରହିଛି । ଏହି ଆକଳନ ୨୦୫୦କୁ ଆଖିରେ ରଖି କରାଯାଇଛିା
ୟୁନିସେଫ ମୁତାବକ ୨୦୫୦ରେ ଦୁନିଆର ଜନସଂଖ୍ୟା ୧୦ ଅରବରେ ପହଞ୍ଚିଯିବ । ଏଥିରେ ପିଲାଙ୍କ ସଂଖ୍ୟା ୨.୩ ଅରବ ରହିବ । କିନ୍ତୁ ଏମାନଙ୍କ ଭାଗିଦାରୀରେ ବ୍ୟାପକ ଅବକ୍ଷେୟ ହେବ । ଆଫ୍ରିକା ପରି ଅଞ୍ଚଳରେ ପିଲାଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ହେବ, ଯେତେବେଳେ କି ବିକଶିତ ଦେଶରେ ପିଲାଙ୍କ ସଂଖ୍ୟା ମାତ୍ର ୧୦ ପ୍ରତିଶତ ବା ସେଥିରୁ କମିଯିବ । ଫଳରେ ପିଲାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ରୋଜଗାରର ଯୋଗାଇବା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ।
ଯଦି ଗ୍ରୀନ ହାଉସ ଗ୍ୟାସର ଉତ୍ପାଦନ, ବର୍ତ୍ତମାନ ପରି ରହିବ, ତେବେ ୨୦୫୦ ବେଳକୁ ୨୦୦୦ ତୁଳନାରେ ୮ ଗୁଣା ଅଧିକ ଗରମ ହେବ । ତିନି ଗୁଣା ଅଧିକ ବନ୍ୟା ହେବ ଓ ୧.୭ ଗୁଣା ଜଙ୍ଗଲ ନିଆଁ ବୃଦ୍ଧି ପାଇବ । ଏହାର କୁପରିଣତି ସବୁଠାରୁ ଅଧିକ ଗରିବ ତଥା ବିକଶିତ ଦେଶର ପିଲାଙ୍କ ଉପରେ ପଡିବ । ଦେଶ ଦେଶ ମଧ୍ୟରେ ବିଭେଦ ସୃଷ୍ଟି ହେବ । ଏହି ବୈଷମ୍ୟତା ଓ ଆଗାମୀ ସଂକଟକୁ ପ୍ରତିହତ କରିବାକୁ ହେଲେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ହେବ । ପରିବଶର ଗୁରୁତ୍ୱ ପିଲାଙ୍କୁ ବୁଝାଇବାକୁ ହେବ । ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରି ଜଳବାୟୁ ପରିବର୍ତ୍ତନ ଉପରେ ନିୟନ୍ତ୍ରଣ ଆଣିବାକୁ ହେବ । ଗରିବ ରାଷ୍ଟ୍ର ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ ବୋଲି ୟୁନିସେଫ କହିଛି ।